LIVE TV

JEE ମେନ୍ସ ୨୦୨୬ ସେସନ ୧ ଏବଂ ୨ ପରୀକ୍ଷା ତାରିଖ ଘୋଷଣା, ଜାଣନ୍ତୁ କେବେଠୁ ହେବ ରେଜିଷ୍ଟ୍ରେସନ

NEWS7
rajya-sabha-election-odisha

ନୂଆଦିଲ୍ଲୀ: JEE ମେନ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଖବର। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) JEE ମେନ୍ ୨୦୨୬ ପରୀକ୍ଷା ପାଇଁ ସମ୍ଭାବିତ ତାରିଖ ଘୋଷଣା କରିଛି। ପରୀକ୍ଷା ଦୁଇଟି ସେସନରେ ଅନୁଷ୍ଠିତ ହେବ। ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବ।

NTA ଦ୍ୱାରା ପ୍ରକାଶିତ ଏହି ସମ୍ଭାବିତ କାର୍ଯ୍ୟସୂଚୀ ଅନୁସାରେ, JEE ମେନ୍ ସେସନ ୧ ପରୀକ୍ଷା ୨୦୨୬ ଜାନୁଆରୀ ୨୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ପରେ JEE ମେସନ ସେସନ ୨ ପରୀକ୍ଷା ଏପ୍ରିଲ ୧ରୁ ୧୦ ଯାଏ ଚାଲିବ। ଏହି ସୂଚୀ jeemain.nta.nic.inରେ ଉପଲବ୍ଧ।

JEE ମେନ୍ସ ୨୦୨୬ ପଞ୍ଜିକରଣ ତାରିଖ

ପ୍ରକାଶିତ ଟେଣ୍ଟେଟିଭ ସିଡ୍ୟଲ୍ ଅନୁସାରେ, JEE ମେନ୍ ୨୦୨୬ ସେସନ ୧ ପାଇଁ ରେଜିଷ୍ଟ୍ରେସନ ବା ପଞ୍ଜିକରଣ ୨୦୨୫ ଅକ୍ଟୋବରରେ ହିଁ ଆରମ୍ଭ ହୋଇଯିବ। ସେହିଭଳି ସେସନ ୨ ପାଇଁ ଆବେଦନ ପ୍ରକ୍ରିୟା ଜାନୁଆରୀ ୨୦୨୬ ଶେଷ ସପ୍ତାହରେ ଆରମ୍ଭ ହେବ। ଶିକ୍ଷା ମନ୍ତ୍ରଣାଳୟ JEE ମେନ୍ ପରୀକ୍ଷା ପରିଚାଳନା ପାଇଁ JEE ଆପେକ୍ସ ବୋର୍ଡ (JAB) ପୁନଃଗଠନ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାଠ୍ୟକ୍ରମରେ କିଛି ପରିବର୍ତ୍ତନ କରାଯାଇପାରେ। ତଥାପି, ଏସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିଜ୍ଞପ୍ତି ଜାରି କରାଯାଇନାହିଁ।

ସୂଚନାଯୋଗ୍ୟ, JEE ମେନ୍ସ ସ୍କୋର ଏବଂ ରାଙ୍କ୍ ଦ୍ବାରା ସାରା ଦେଶର NIT ଗୁଡ଼ିକରେ B.Tech ପାଠ୍ୟକ୍ରମରେ ନାମ ଲେଖାଇ ହୁଏ। ଏହି ପରୀକ୍ଷାରେ ଶୀର୍ଷ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ JEE ଆଡଭାନ୍ସଡ୍ ପରୀକ୍ଷା ଦେଇଥାନ୍ତି। JEE ଆଡଭାନ୍ସଡ୍ ସ୍କୋର IIT ଗୁଡ଼ିକରେ B.Tech ପାଠ୍ୟକ୍ରମରେ ପ୍ରବେଶ ପାଇଁ ଆବଶ୍ୟକ ହୋଇଥାଏ।