LIVE TV

ହାରିବାର ଅନେକ କାରଣ ବାହାରେ, ହେଲେ ଜିତିବାର କାରଣ କେବଳ ଜୟ

NEWS7
rajasthan-royals-vs-royal-challengers-bengaluru-28th-match

ଭୁବନେଶ୍ବର ୧୧ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ କଟାକ୍ଷ କଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ହାରିବାର ଅନେକ କାରଣ ବାହାରେ । ହେଲେ ଜିତିବାର କାରଣ କେବଳ ଜୟ । ହାରିବାର କାରଣ ଦର୍ଶାଇ ନିଜ ଦୁର୍ବଳତା ଲୁଚାଇବାକୁ ବିଭିନ୍ନ ରାଜନୈତିକ ଦଳ ଅନେକ କଥା କୁହନ୍ତି । ନିଜ ପରାଜୟ ସ୍ୱୀକାର କଲେ ଭଲ ହୁଅନ୍ତା ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ନୂଆପଡା ଉପନିର୍ବାଚନରେ ଯେଉଁମାନେ ବିଭୀଷଣ ଭୂମିକାରେ ରହିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ଦଳରେ ବିଭୀଷଣ ଅଛନ୍ତି, ଆମ ଦଳରେ ଯେଉଁମାନେ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆତ୍ମ ସମୀକ୍ଷା ପରେ ବିଭୀଷଣଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସି ସଭାପତି କହିଛନ୍ତି । ସରକାରୀ କଳ ଏବଂ ଅର୍ଥ ବଳ ବ୍ୟବହାର ପରେ ବି ଆମେ ୪୦ ହଜାର ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ରହିଛୁ । ତଥାପି ଦଳ ଆତ୍ମସମୀକ୍ଷା କରିବ, ପ୍ରତ୍ୟେକ କ୍ଷେତ୍ରକୁ ନେଇ ଦଳ ଆତ୍ମସମୀକ୍ଷା କରିବ ବୋଲି ପିସିସି ସଭାପତି କହିଥିଲେ ।