ଇନ୍ଦୋର : ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ଆଉ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଏହି ସିସିଟିଭି ଫୁଟେଜ୍ ସେହି ଦିନର , ଯେତେବେଳେ ରାଜାଙ୍କର ମୃତଦେହ ମେଘାଳୟରୁ ଇନ୍ଦୋର ତାଙ୍କ ଘରକୁ ଆସି ଥିଲା। ଏହି ସିସିଟିଭ୍ ଫୁଟେଜ୍ରେ ରାଜାଙ୍କର ହତ୍ୟାରେ ସାମିଲ ଅଭିଯୁକ୍ତ ରାଜ କୁଶୱାହ ମଧ୍ୟ ଅଛି, ଯାହା ସୋନମର ବାପା ଦେବୀ ସିଂହଙ୍କ ସହ ନଜର ଆସୁଛି।
ଏହି ସିସିଟିଭି ଫୁଟେଜରେ ରାଜ କୁଶୱାହ ସୋନମର ପିତାଙ୍କୁ ସାନ୍ତ୍ୱନା ଦେଉଛନ୍ତି, ଯଦିଓ ସେ ଘଟଣା ବିଷୟରେ ପୂର୍ବରୁ ଅବଗତ ଥିଲେ। ସିସିଟିଭିରେ ନଜର ଆସୁଛି ଯେ, ସେ ଫୋନ୍ରେ ମଧ୍ୟ କାହା ସହ କଥା ହେଉଛି। ପୁଲିସକୁ ସନ୍ଦେହ ଯେ ସେ ରାଜାଙ୍କର ଘରେ ରହି ପ୍ରତି କାର୍ଯ୍ୟକଳାପର ସୂଚନା ସୋନମକୁ ଦେଉଥିଲା।
ରାଜା ରଘୁବଂଶୀଙ୍କର ମୃତଦେହ ମେଘାଳୟରୁ ଇନ୍ଦୋର ତାଙ୍କ ଘରେ ପହଞ୍ଚିବାର ଥିଲା, ଏହା ପୂର୍ବରୁ ଅଭିଯୁକ୍ତ ରାଜ କୁଶୱାହ ରାଜାଙ୍କର ଘରେ ପହଞ୍ଚି ଯାଇଥିଲା। ୪ଜୁନର ଯେଉଁ ସିସିଟିଭି ଫୁଟେଜ୍ ସାମ୍ନା ଆସିଛି, ଏଥିରେ ନଜର ଆସୁଛି ଯେ, ରାଜ କୁଶୱାହ ସେଠାରେ ଏକୁଟିଆ ନଥିଲା। ତା ସହ ଆଉ କିଛି ମଧ୍ୟ ଲୋକ ଥିଲେ। ସମ୍ଭାବନା ଏହା ଯେ, ରାଜ ସହ କାମ କରୁଥିବା ଲୋକ ଥିଲେ।
ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କର ମେଘାଳୟରେ ହତ୍ୟାର କାହାଣୀ କୌଣସି ଥ୍ରୀଲର ଫିଲ୍ମ ଠାରୁ କମ୍ ନୁହେଁ। ବିବାହର ପାଖାପାଖି ୧୨ ଦିନ ପରେ ହନିମୁନ ବାହାନାରେ ଆରମ୍ଭ ହୋଇଥିବା ଏହି ରକ୍ତାକ୍ତ ଖେଳ ଏବେ ଚାଞ୍ଚଲ୍ୟକର ଖୁଲାସା ସହ ଚର୍ଚ୍ଚାରେ ରହିଛି। ମେଘାଳୟ ପୁଲିସ ଏହି ମାମଲାକୁ ଅପରେସନ ହନିମୁନ ନାମ ଦେଇଛି।
ଟ୍ରାନ୍ସପୋର୍ଟର ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ଶିଲଂ ପୁଲିସର ଯାଞ୍ଚ ଜାରି ରହିଛି। ହତ୍ୟାକାଣ୍ଡରେ ସୋନମ ରଘୁବଂଶୀ, ରାଜ କୁଶୱାହ , ବିଶାଲ ଭିକ୍କି ଚୌହାନ , ଆକାଶ ରାଜପୁତ ଓ ଆନନ୍ଦ କୁର୍ମି ସହ ସବୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇସାରି ଥିବା ଶିଲଂ ପୁଲିସ ଗୁରୁବାର କୋର୍ଟରେ ହାଜର କରି କେବଳ ରାଜ ଓ ସୋନମକୁ ଦ୍ୱିତୀୟ ଥର ରିମାଣ୍ଡରେ ନେଇଥିଲା।
ଇନ୍ଦୋରରେ ପହଞ୍ଚି ଶିଲଂ ପୁଲିସର ଦ୍ୱିତୀୟ ଟିମ୍ ଲଗାତାର ଯାଞ୍ଚରେ ଲାଗି ପଡ଼ିଛି। ଶନିବାର ସୋନମ ଓ ରାଜର ଦ୍ୱିତୀୟ ଥର ମଧ୍ୟ ରିମାଣ୍ଡ ସରୁଛି। ଏଥିରେ ବଡ଼ ପ୍ରଶ୍ନ ରହିଛି , ଶିଲଂ ପୁଲସ ଦୁହିଁଙ୍କୁ ପୁଣି ଥରେ ରିମାଣ୍ଡରେ ନେବ ନା ଜେଲ୍କୁ ପଠାଇ ଦେବ ।