ଇନ୍ଦୋର : ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟାର ୪ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଛନ୍ତି। ରାଜା ନିଜର ପତ୍ନୀ ସୋନମଙ୍କ ସହ ମେଘାଳୟ ହନିମୁନ କରିବାକୁ ଯାଇଥିଲେ , ଯେଉଁଠି ତାଙ୍କର ହତ୍ୟା କରାଯାଇ ଥିଲା। ଅଭିଯୁକ୍ତଙ୍କ ଅନୁସାରେ, ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନମ। ପୁଲିସ ସାମ୍ନାରେ କରାଯାଇ ଥିବା ଖୁଲାସାରେ ଅଭିଯୁକ୍ତମାନେ କହିଛନ୍ତି କି , ଘଟଣା ଦିନ ସୋନମ ମଧ୍ୟ ଉପସ୍ଥିତ ଥିଲା। ସୋନମ ସାମ୍ନାରେ ହିଁ ରାଜାଙ୍କର ହତ୍ୟା କରାଯାଇ ଥିଲା। ସୋନମ ରାଜାକୁ ମରିବାର ଦେଖି ଥିଲା।
ଏକ ସୂତ୍ରାନୁସାରେ, ଅଭିଯୁକ୍ତଙ୍କୁ ଶିଲଂ ଯିବା ପୂର୍ବରୁ ଇନ୍ଦୋର ପୁଲିସ ଚାରି ଅଭିଯୁକ୍ତଙ୍କୁ ଘଟଣାକ୍ରମ ବିଷୟରେ ଯେବେ ପଚାରିଲା ତ ,୪ଜଣ ନିଜ ନିଜର ଅପରାଧ ସ୍ୱୀକାର କରିଥିଲେ। ସେମାନେ ଏହା ମଧ୍ୟ କହିଥିଲେ ଯେ, କିଭଳି ଷଡ଼ଯନ୍ତ୍ର ଅନୁସାରେ ରାଜାର ହତ୍ୟା କରିଥିଲେ।
ସୂତ୍ରାନୁସାରେ , ରାଜାଙ୍କୁ ଅସ୍ତ୍ରରେ ପ୍ରଥମେ ବିଶାଲ ଓରଫ ଭିକ୍କି ଠାକୁର ହମଲା କରି ଥିଲା। ବିଶାଲ , ଆକାଶ ଓ ଆନନ୍ଦ ନାମକ ତିନି ଜଣ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇବା ପାଇଁ ଇନ୍ଦୋର ବାହାରି ଥିଲେ। ତିନି ଜଣ ଯାକ ଟ୍ରେନ୍ରେ ଗୌହାଟୀ ଯାଏ ଯାଇ ଥିଲେ।
ଅଭିଯୁକ୍ତମାନେ ପଚରାପଚରିରେ କହିଛନ୍ତି କି, କେମିତି ସେମାନେ ରାଜା ରଘୁବଂଶୀଙ୍କ ଉପରେ ହମଲା କରି ତାଙ୍କୁ ହତ୍ୟା କରି ଥିଲେ। ପୁଣି କେମିତି ରାଜାଙ୍କର ମୃତଦେହକୁ ଗଭୀର ଖାଇରେ ଫିଙ୍ଗି ଦେଇ ଥିଲେ। ଅଭିଯୁକ୍ତଙ୍କ କହିବାନୁସାରେ, ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ସୋନମ। ଅଭିଯୁକ୍ତଙ୍କ ଅନୁସାରେ , ସୋନମଙ୍କର ପ୍ରେମିକ ରାଜ କୁଶୱାହ ସହ-ଷଡ଼ଯନ୍ତ୍ରକାରୀ।
ସୂତ୍ରରୁ ଏକ ବଡ଼ ଖୁଲାସା ଏହା ଯେ, ମେଘାଳୟ ପୁଲିସ ଏହି କେସ୍ରେ ରାଜାଙ୍କର ପତ୍ନୀ ସୋନମ ରଘୁବଂଶୀଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଆରେଷ୍ଟ କରିଛି। ପୁଲିସ କୋର୍ଟଙ୍କ ଠାରୁ ସୋନମର ତିନି ଦିନର ରିମାଣ୍ଡ ନେଇଛି। ପୁଲିସ ସୋନମକୁ ନେଇ ମେଘାଳୟ ପ୍ରସ୍ଥାନ କରି ସାରିଛି। କେସ୍ର ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଇନ୍ଦୋର କୋର୍ଟ ୭ଦିନର ଟ୍ରାଞ୍ଜିଟ୍ ରିମାଣ୍ଡରେ ମେଘାଳୟ ପୁଲିସକୁ ପ୍ରଦାନ କରିଛି।