ମାଥିଲି: ପାଳନ ହେଉଛି ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ରଜ। ରଜ ପାଇଁ ଉତ୍ସବ ମୁଖରିତ ପୁରପଲ୍ଲୀ। ସବୁଆଡ଼େ ପିଠା-ମିଠା, ଦୋଳି- ପୁଚିର ଆସର। ଆଉ ଏଭଳି ଗଣପର୍ବକୁ ନିଆରା ଭାବରେ ପାଳନ କରିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ପଞ୍ଚାୟତର ବରିଷ୍ଠ ନାଗରିକମାନେ। ଦୀର୍ଘ ୧୦ମିଟର ଏବଂ ୧୦୦ କେଜିର କେକ୍ କାଟି ପାଳନ କରିଛନ୍ତି ରଜ। ପ୍ରକୃତରେ ଏହି କେକ୍କୁ ତିଆରି କରି ପୁଣି ଚର୍ଚ୍ଚାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଥିଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପଞ୍ଚାୟତର ବୟସ୍କ ଲୋକଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମ ଦ୍ୱାରା ଶହ ଶହ ବୃଦ୍ଧ ବ୍ୟକ୍ତିଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଏ ହେଉଛି ଗୋଟିଏ ଛୋଟିଆ ପ୍ରୟାସ ବୋଲି ଆୟୋଜନ କରିଥିବା ମାଥିଲି ପିଇଓ ଅଶୋକ ମହାରଣା ସୂଚନା ଦେଇଛନ୍ତି।
ଏହା ପୂର୍ବରୁ କିଛି ନିଆରା କରିବାର ଲକ୍ଷ୍ୟ ନେଇ ଅପନ୍ତରା ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା, ପାର୍ଲାମେଣ୍ଟ ଆକୃତିର କାର୍ଯ୍ୟାଳୟ ନିର୍ମାଣ ଭଳି କାର୍ଯ୍ୟ କରି ପିଇଓ ମହାରଣା ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ।