ରାଉରକେଲାରେ DGCA ଟିମ୍, ବିମାନ ଦୁର୍ଘଟଣାର ଚାଲିଛି କାରଣ ଖୋଜା...

NEWS7
rainfall-video-in-rishikesh-dehradun-mussoorie-landslide-highway-traffic

ରାଉରକେଲା ୧୧।୦୧ : ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣା। କାରଣ ଖୋଜିବାକୁ ଦୁର୍ଘଟଣାସ୍ଥଳରେ DGCAର ୨ ଟିମ୍। ବ୍ଲାକ୍ବକ୍ସ ମିଳିବା ପରେ ସ୍ପଷ୍ଟ ହେବ ଦୁର୍ଘଟଣାର କାରଣ । କଟକ SCB ଏବଂ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଦୁଇ ଡାକ୍ତର ରାଉରକେଲା ଆସୁଛନ୍ତି। ଦୁଇ ବରିଷ୍ଠ ଡାକ୍ତର ହେଲେ ଅନୁପ ମହାପାତ୍ର ଏବଂ ଦେବାଶିଷ ସ୍ବାଇଁ । ଉଭୟ ସ୍ନାୟୁ ଏବଂ କ୍ରିଟିକାଲ୍ କେୟାରର ଡାକ୍ତର। ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ଚିକିତ୍ସା ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସେହିପରି ପରିବହନ ସଚିବ ଉଷା ପାଢୀ ମଧ୍ୟ ରାଉରକେଲାରେ ପହଞ୍ଚିଛନ୍ତି ।ଘଟଣାସ୍ଥଳର ଯାଇ ବିଭିନ୍ନ ଦିଗକୁ ଅନୁଧ୍ୟାନ କରୁଛନ୍ତି ।

ସେପଟେ ଦୁର୍ଘଟଣାରେ ଗୁରୁତର ହୋଇଥିବା ଦୁଇ ଯାତ୍ରୀ ସ୍ବାମୀ-ସ୍ତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ସେମାନେ ହେଲେ ସୁନିଲ୍ ଅଗ୍ରଓ୍ବାଲ ଏବଂ ପତ୍ନୀ ସବିତା ଅଗ୍ରଓ୍ବାଲ । ବିମାନ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ସମେତ ୬ ଜଣ ଗୁରୁତର ଥିଲେ। ବାକି ଅନ୍ୟ ୪ ଜଣଙ୍କୁ ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଜାରି ରହିଛି।