'ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି', ଅବସର ନେଇ ନୀରବତା ଭାଙ୍ଗିଲେ ରୋହିତ ଶର୍ମା

NEWS7
rain-may-occurs-in-different-places-of-odisha-today

ନୂଆଦିଲ୍ଲୀ ୨୨/୧୨: ଭାରତୀୟ ଦଳର ଅଭିଜ୍ଞ ଖେଳାଳି । ପୂର୍ବତନ ଅଧିନାୟକ ହିଟ୍ମ୍ୟାନ୍ । ୨୦୨୩ ODI ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜୟ ରୋହିତ ଶର୍ମାଙ୍କ ପାଇଂ ଥିଲା ବେଶ୍ ଯନ୍ତ୍ରଣାଦୟକ । ହାରିବାର ଯନ୍ତ୍ରଣାକୁ ମନେ ପକାଇ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି ରୋହିତ । ରୋହିତ ପ୍ରକାଶ କରିଛନ୍ତି ଯେ ପରାଜୟ ପରେ ସେ ଅବସର ନେବାକୁ ମଧ୍ୟ ଚିନ୍ତା କରିଥିଲେ । କାରଣ ସେ ମାନସିକ ଓ ଶାରୀରିକ ଭାବରେ ସମ୍ପୂର୍ଣ୍ଣ ଭାବରେ କ୍ଷୀଣ ଅନୁଭବ କରୁଥିଲେ ।

ରୋହିତ ଶର୍ମା ୨୦୨୩ ବିଶ୍ୱକପରେ ଅଧିନାୟକ ଭାବରେ ଭାରତକୁ ଏକ ଉଲ୍ଲେଖନୀୟ ବିଜୟ ଅଭିମୁଖେ ନେଇଥିଲେ । ଆୟୋଜକ ଭାରତ ଅହମ୍ମଦାବାଦରେ ଫାଇନାଲ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ହାରି ନଥିଲା । ସମଗ୍ର ଟୁର୍ଣ୍ଣାମେଣ୍ଟରେ, ରୋହିତ ୧୧ ମ୍ୟାଚ୍ ରେ କରିଥିଲେ ୫୯୭ରନ୍ । ୫୪.୨୭ ହାରାହାରି ଓ ୧୨୬ ଷ୍ଟ୍ରାଇକ୍ ରେଟ୍ ସହିତ କରିଥିଲେ ରନ୍ ।

ଫାଇନାଲରେ ଅଷ୍ଟ୍ରେଲିଆର ସାମ୍ନା କରିଥିଲା ଭାରତ । ଯାହା ଭାରତୀୟ ଦଳ ବିପକ୍ଷରେ ପ୍ରଭାବଶାଳୀ ଭାବରେ ଏହାର ରଣନୀତି କାର୍ଯ୍ୟକାରୀ କରିଥିଲା । ଭାରତ ୫୦ ଓଭରରେ କେବଳ ୨୪୦ ରନ୍ କରିପାରିଥିଲା। ଜବାବରେ, ଅଷ୍ଟ୍ରେଲିଆ ଟ୍ରାଭିସ୍ ହେଡ୍ ଙ୍କ ୧୨୦ବଲ୍ ରୁ ୧୩୭ ରନ୍ ର ଇନିଂସ ପାଇଁ ଛଅଟି ୱିକେଟ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା।ତେବେ ଦୀର୍ଘ ଦିନ ପରେ ୨୦୨୩ ବିଶ୍ୱକପ୍ ନେଇ ଖୁଲାସା କରିଛନ୍ତି ରୋହିତ ଶର୍ମା । ସେ କହିଛନ୍ତି ଯେ ଏହି ପରାଜୟ ତାଙ୍କ ପାଇଁ ବ୍ୟକ୍ତିଗତ ଭାବରେ ଅତ୍ୟନ୍ତ କଷ୍ଟକର ଥିଲା ।

କାରଣ ୨୦୨୨ରେ ଅଧିନାୟକ ହେବା ପରଠାରୁ ତାଙ୍କର ଏକମାତ୍ର ଲକ୍ଷ୍ୟ ଭାରତକୁ ବିଶ୍ୱକପ୍ ବିଜୟ ଆଡକୁ ନେଇଯିବା ଥିଲା । ରୋହିତ କହିଛନ୍ତି, "ସମସ୍ତେ ଅତ୍ୟନ୍ତ ନିରାଶ ହୋଇଥିଲେ । ଯାହା ଘଟିଥିଲା ତାହା ଆମେ ବିଶ୍ୱାସ କରିପାରି ନଥିଲୁ । ଏହା ମୋ ପାଇଁ ବ୍ୟକ୍ତିଗତ ଭାବରେ ଏକ ବହୁତ କଷ୍ଟକର ସମୟ ଥିଲା । କାରଣ ମୁଁ ଏହି ବିଶ୍ୱକପ୍ ପାଇଁ ସବୁକିଛି ଲଗାଇ ଦେଇଥିଲି । କେବଳ ଦୁଇ କିମ୍ବା ତିନି ମାସ ପାଇଁ ନୁହେଁ, ବରଂ ୨୦୨୨ରେ ଅଧିନାୟକ ପଦ ଗ୍ରହଣ କରିବା ପରଠାରୁ।ସେ ଆହୁରି କହିଛନ୍ତି, "ଟି-୨୦ ବିଶ୍ୱକପ୍ ହେଉ କି ୨୦୨୩ ଏକଦିବସୀୟ ବିଶ୍ୱକପ୍, ମୋର ଏକମାତ୍ର ସ୍ୱପ୍ନ ଥିଲା ଟ୍ରଫି ଜିତିବା ।

ଯେତେବେଳେ ସେମିତି କିଛି ହେଲା ନାହିଁ, ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି। ମୋ ଶରୀରରେ କୌଣସି ଶକ୍ତି ବାକି ନଥିଲା । ନିଜକୁ ସମ୍ଭାଳିବା ସହ ପୁଣିଥରେ ଛିଡା ହେବାକୁ ମୋତେ ବହୁତ ଦିନ ସମୟ ଲାଗିଥିଲା । ରୋହିତ ଶର୍ମା ସ୍ୱୀକାର କରିଛନ୍ତି ଯେ ତାଙ୍କୁ ୨୦୨୪ ଟି୨୦ ବିଶ୍ୱକପ୍ ପାଇଁ ନିଜକୁ ପ୍ରସ୍ତୁତି କରିବା ଆବଶ୍ୟକ ଥିଲା । ତେବେ ପରାଜୟର ଯନ୍ତ୍ରଣା ଏତେ ଗଭୀର ଥିଲା ଯେ ସେ ଅନୁଭବ କଲେ ଯେ ତାଙ୍କ ପାଖରେ ଦେବା ପାଇଁ କିଛି ନାହିଁ ।

ସେ କହିଥିଲେ, "ଯେତେବେଳେ ତୁମେ କୌଣସି ଜିନିଷରେ ଏତେ ମାତ୍ରାରେ ଏଫର୍ଟ ଦିଅ ଓ ଫଳାଫଳ ମିଳେ ନାହିଁ । ଏପରି ପ୍ରତିକ୍ରିୟା ବହୁତ ସ୍ୱାଭାବିକ । ମୋ ସହିତ ମଧ୍ୟ ଏପରି ଘଟିଥିଲା। କିନ୍ତୁ ମୁଁ ଜାଣିଥିଲି ଯେ ଜୀବନ ସେଠାରେ ଶେଷ ହୁଏ ନାହିଁ । ଏହା ମୋ ପାଇଁ ଏକ ବଡ଼ ଶିକ୍ଷା ଥିଲା ।  କାରଣ ନିରାଶାର ମୁକାବିଲା କିପରି କରିବା, ନିଜକୁ ପୁନଃସ୍ଥାପିତ କରିବା ଓ ନୂତନ ଭାବରେ ଆରମ୍ଭ କରିବା।

 

ରୋହିତ ଆହୁରି କହିଛନ୍ତି, "ମୁଁ ଜାଣିଥିଲି ଯେ ପରବର୍ତ୍ତୀ ବଡ଼ ଲକ୍ଷ୍ୟ ହେଉଛି ୨୦୨୪ ଟି୨୦ ବିଶ୍ୱକପ୍ । ଯାହା ଆମେରିକା ଓ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ । ମୋତେ ମୋର ସମସ୍ତ ଧ୍ୟାନ ସେହି ଉପରେ କେନ୍ଦ୍ରିତ କରିବାକୁ ପଡିଲା । ଆଜି ଏହା କହିବା ସହଜ, କିନ୍ତୁ ସେତେବେଳେ ଏହା ଅତ୍ୟନ୍ତ କଷ୍ଟକର ଥିଲା।

ସେ କହିଥିଲେ ମୋ ପାଖରେ ଏକମାତ୍ର ବିକଳ୍ପ ଥିଲା ଅବସର । ତଥାପି ସବୁ କୁ ପଛ କରି ଭାରତକୁ ୨୦୨୪ ଟି୨୦ ବିଶ୍ୱକପ୍ ଟାଇଟଲ ପାଇଁ ନେତୃତ୍ୱ ନେଇଥିଲେ । ପରବର୍ତ୍ତୀ ସମୟରେ ଫର୍ମାଟରୁ ତାଙ୍କର ଅବସର ଘୋଷଣା କରିଥିଲେ। ୨୦୨୩ର ନିରାଶା ୨୦୨୪ର ଐତିହାସିକ ସଫଳତାର ମୂଳଦୁଆ ପକାଇଥିଲା।