ଟେକ୍ସାସ, ଇଣ୍ଡୋନେସିଆ, ହାଇତିରେ ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ, ୨୭ ମୃତ, ହଜାର ହଜାର ପ୍ରଭାବିତ

Published By : Prameya-News7 Bureau | May 04, 2024 IST

ନୂଆଦିଲ୍ଲୀ ୪।୫: ଆମେରିକାର ହ୍ୟୁଷ୍ଟନ ଓ ଟେକ୍ସାସ, ଇଣ୍ଡୋନେସିଆ ଏବଂ ହାଇତିରେ ବର୍ଷା ଯୋଗୁ ବନ୍ୟା, ଭୂସ୍ଖଳନ ବିତ୍ପାତ ରଚିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଇଣ୍ଡୋନେସିଆ ଓ ହାଇତିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଦକ୍ଷିଣ-ପୂର୍ବ ଟେକ୍ସାସରେ ବର୍ଷା ଯୋଗୁ ସ୍କୁଲ ବନ୍ଦ କରିଦିଆଯାଇଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। 

ଇଣ୍ଡୋନେସିୟାର ସୁଲାୱେସୀ ଦ୍ୱୀପରେ ବର୍ଷା ଯୋଗୁ ଭୂ-ସ୍ଖଳନ ହୋଇଛି। ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଉଦ୍ଧରକାରୀ ଏଜେନ୍ସୀ ମୁଖ୍ୟ ମେକ୍ସିୟନସ୍ ବେକାବେଲ କହିଛନ୍ତି ଯେ ଦକ୍ଷିଣ ସୁଲାୱେସୀର ଲୁବୁ ଜିଲ୍ଲାରେ ଗତ ଗୁରୁବାରଠାରୁ ମୁଶଳଧାର ବର୍ଷା ଲାଗି ରହିଛି। ଏଣୁ ଭୂ-ସ୍ଖଳନ ହୋଇଛି। ବନ୍ୟା ଯୋଗୁ ୧୩ ଉପ ଜିଲ୍ଲା ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ୧ ହଜାରରୁ ଅଧିକ ଘର ପ୍ରଭାବିତ ହୋଇଛି। ଏଥିରୁ ୪୨ଟି ଘର ଭୂଷୁଡି ପଡିଛି। 

ଏକ ସନ୍ଧାନ ଓ ଉଦ୍ଧରକାରୀ ଦଳ ରବର ନୌକା ଓ ଅନ୍ୟ ବାହନ ଯୋଗେ ବୁଡି ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବାରେ ଲାଗିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ଏଜେନ୍ସୀ ମୁଖପାତ୍ର ଅବଦୁଲ ମୋହରୀ ଶନିବାର କହିଛନ୍ତି ଯେ ୧୦୦ରୁ ଅଧିକ ଲୋକଙ୍କୁ ପ୍ରଭାବିତ କ୍ଷେତ୍ରରୁ ବାହାର କରି ମସଜିଦ ଅଥବା ସେମାନଙ୍କ ସମ୍ପର୍କୀୟଙ୍କ ଘରେ ଛଡାଯାଇଛି। ଉତ୍ତର ହାଇତିରେ ଦୁଇ ଦିନ ହେଲା ଜାରି ଭୀଷଣ ବର୍ଷା ଯୋଗୁ ଅନୁନ୍ୟ ୧୩ ଜଣଙ୍କ ମୃତ୍ୟୁ ହେଲାଣି। ଏଥିରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ଉପକୂଳ ସହର କେପ୍ ହୈତିୟେନର ଦକ୍ଷିଣ-ପୂର୍ବ କ୍ଷେତ୍ରରେ ଭୂ-ସ୍ଖଳନ ଯୋଗୁ ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.