ଭୁବନେଶ୍ୱର ୩୦।୦୭: ଆଜି ରାଜ୍ୟର ଅଧା ଜିଲ୍ଲାରେ ବର୍ଷା ସମ୍ଭାବନା। ରାଜ୍ୟର ୧୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଭଳି ଆକଳନ କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ । ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ସେପଟେ ସୋମବାର ରାଜଧାନୀରେ ୩୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ଅସରାଏ ବର୍ଷାରେ ରାଜଧାନୀରେ ଅସମ୍ଭାଳ ପରିସ୍ଥିତି। ଏତିକି ବର୍ଷାରେ ସହରର ବିଭିନ୍ନ ଅଞ୍ଚଳ ଉବୁଟୁବୁ ହୋଇ ଯାଇଥିଲା । ବିଭିନ୍ନ ବସ୍ତି ଓ ତଳି ଅଞ୍ଚଳରେ ପାଣି ପଶି ଯାଇଥିଲା । ୩୨ ଜାଗାରେ ପମ୍ପ ଲଗାଇ ପାଣି ନିଷ୍କାସନ କରାଯାଇଥିଲା । ଏଭଳି ପରିସ୍ଥିତି ଦେଖି ନୂଆ BMC କମିଶନର ଚଞ୍ଚଳ ରାଣା ଜରୁରି ବୈଠକ ଡକାଇଥିଲେ I ଆଜି ଠାରୁ ଜଳବନ୍ଦୀ ଅଞ୍ଚଳରୁ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।