ଘର ନିକଟରୁ ନିଖୋଜ, ପଶ୍ଚିମବଙ୍ଗରୁ ମିଳିଲା ବୃଦ୍ଧଙ୍କ ମୃତଦେହ : ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ

NEWS7
rain-alert-for-12-dist-of-odisha

ଭୋଗରାଇ ୨୩।୧୨: ଓଡ଼ିଆ ବୃଦ୍ଧଙ୍କୁ ପଶ୍ଚିମବଙ୍ଗରେ ହତ୍ୟା ଅଭିଯୋଗ କମର୍ଦ୍ଦା ଥାନା ଅନ୍ତର୍ଗତ ଡେମୁରିଆ ଗ୍ରାମର ବୃଦ୍ଧ ଅଜୟ ଦାସଙ୍କୁ ପଶ୍ଚିମବଙ୍ଗରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗ ମୋହନପୁର ଥାନା ନୀଲଦା ଅଞ୍ଚଳରେ ହୋଇଛି ହତ୍ୟାକାଣ୍ତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ପୋଲିସ ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଡେମୁରିଆ ଗ୍ରାମର ବୟସ୍କ ବୃଦ୍ଧ ଅଜୟ ଦାସ ପ୍ରତ୍ୟେକ ଦିନ ଭୋଗରାଇ ତହସିଲ ଓ ବ୍ଲକ୍ କାର୍ଯ୍ୟାଳୟକୁ ଯିବା ଆସିବା କରିଥାନ୍ତି । ମାତ୍ର ସୋମବାର ତହସିଲରୁ ଘରକୁ ଫେରିବା ପରେ ଘର ପାର୍ଶ୍ଵରେ ଜନୈକ ବ୍ୟକ୍ତିଙ୍କ ଘରେ ନିଜ ସାଇକେଲ ରଖି ଘରକୁ ଯାଉଥିଲେ । ମାତ୍ର ଘରେ ନପହଞ୍ଚିବାରୁ ଘର ଲୋକ ଖୋଜାଖୋଜି କରି ତାଙ୍କୁ ପାଇନଥିଲେ । ପରେ ପଶ୍ଚିମବଙ୍ଗ ମୋହନପୁର ଥାନା ନୀଲଦା ଅଞ୍ଚଳରେ ତାଙ୍କ ମୃତଦେହ ପଡ଼ିରହିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ।

​​​​​​​

ସେପଟେ ପଶ୍ଚିମବଙ୍ଗରେ ମୃତଦେହ ପଡିଥିବା ବେଳେ ପଶ୍ଚିମବଙ୍ଗ ପୋଲିସ ମୃତଦେହକୁ ଜବ କରିଛି । କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବ ଶତ୍ରୁତା ରହିଥିଲା । ବାପାଙ୍କର ଗୋଡ଼ ହାତ ଭାଙ୍ଗି ହତ୍ୟା କରାଯାଇଛି ବୋଲି ଝିଅ ଅଭିଯୋଗ କରିଥିବା ବେଳେ କମର୍ଦ୍ଦା ପୋଲିସ ଓ ପଶ୍ଚିମବଙ୍ଗ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।