Live Live
LIVE

ଭୟକୁ ଖାତିର କଲେନି ନନ୍ଦାଦେବୀର ସାରଥୀ, ଭାରତରେ LPG ଜାହାଜ ପହଞ୍ଚାଇଲେ ଓଡ଼ିଶାର ପୁଅ

NEWS7
rahul-gandhi-writes-pm-modi-requesting-that-a-special-session-of-both-houses-of-parliament-after-pahalgam-attack

ଭୁବନେଶ୍ୱର- ସାହାସ ଦେଖାଇଲେ ଓଡ଼ିଆ ପୁଅ। ଭୟକୁ ଖାତିର କଲେନି ନନ୍ଦାଦେବୀର ସାରଥୀ। ବିପଜ୍ଜନକ ଜଳରାଶିରୁ ନେଇଆଣିଲେ ଭାରତର ଜାହାଜ। ସଙ୍କଟ ସମୟରେ ଦେଶ ପାଇଁ ଅଦମ୍ୟ ସାହାସ ଦେଖାଇଛନ୍ତି କ୍ୟାପଟେନ ଧୀରଜ ଅଗ୍ରୱାଲ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଧୀରଜ ଅଗ୍ରୱାଲ୍। ଯେତେବେଳେ ଦେଶ ରନ୍ଧନ ଗ୍ୟାସର ଅଭାବ ସହ ସଂଘର୍ଷ କରୁଛି, ଠିକ୍ ସେହି ସମୟରେ ଜଣେ ଓଡ଼ିଆ ପୁଅ ସମୁଦ୍ର ମଝିରେ ଦେଇଛନ୍ତି ନିଜ ସାହସିକତାର ପରିଚୟ। ନିଜ ଜୀବନକୁ ବାଜିରେ ଲଗାଇ ବିପଜ୍ଜନକ ଜଳରାଶି ହର୍ମୁଜରୁ ଭାରତୀୟ ଜାହାଜକୁ ସୁରକ୍ଷିତ ଆଣିଛନ୍ତି ଧୀରଜ। ଭୟଙ୍କର ସ୍ଥିତିରେ ତାଙ୍କର ଅସୀମ ସାହସକୁ ନେଇ ଏବେ ସବୁଠି ପ୍ରଶଂସା।

ବିଶ୍ବର ସବୁଠାରୁ ସମ୍ବେଦନଶୀଳ ତଥା ବିପଦଜ୍ଜନକ ଜଳପଥ ଷ୍ଟ୍ରେଟ୍ ଅଫ୍ ହର୍ମୁଜ। ପୂରା ଏରିଆକୁ ଜଗିଛି ଇରାନର ରିଭୋଲ୍ୟୁସନାରୀ ଗାର୍ଡ। ଚାରିଆଡୁ ହେଉଛି ବୋମାବର୍ଷା। ଏଭଳି ବିପଜ୍ଜନକ ଜଳପଥ ଦେଇ LPG ଜାହାଜ ନନ୍ଦାଦେବୀକୁ ଆଣିବା ବିପଦକୁ ଡାକିବା ସହ ସମାନ। କିନ୍ତୁ ଭୟକୁ ପାଣିରେ ଫୋପାଡି ନିଜ କର୍ତ୍ତବ୍ୟକୁ ଦେଶ ପାଇଁ ସମର୍ପିତ କରଥିଲେ ଧୀରଜ। ସୁରକ୍ଷିତ ଭାବେ ଜାହାଜ ଫେରିବା ପରେ ଧୀରଜଙ୍କ ପରିବାରରେ ଖୁସିର ଲହରି।

also- ଭାରତରେ ପହଁଚିଲା 'ନନ୍ଦାଦେବୀ' : ଆସିଗଲା ୪୭ ହଜାର ମେଟ୍ରିକ୍ ଟନ୍ LPG, ଦୂର ହେବ ସିଲିଣ୍ଡର ସମସ୍ୟା

ଏଲ୍ପିଜି କଣ୍ଟେନର ଭର୍ତ୍ତି ଜାହାଜ‘ନନ୍ଦାଦେବୀ’ ୧୧ଦିନ ତଳେ ୟୁଏଇର ଏକ ପୋର୍ଟରୁ ବାହାରିଥିବା ବେଳେ ହର୍ମୁଜ ରୁଟରେ ଅଟକି ରହିଥିଲା। ସେହି ଜାହାଜର କ୍ୟାପଟେନ ଓଡ଼ିଆ ପୁଅ ଧୀରଜ। ଏହି ଜାହାଜରେ ପ୍ରାୟ ୪୬, ୦୦୦ ମେଟ୍ରିକ୍ ଟନ୍ରୁ ଅଧିକ ରନ୍ଧନ ଗ୍ୟାସ୍ ଏବଂ ଅଶୋଧିତ ତୈଳ ରହିଛି।

କଣ୍ଟାବାଞ୍ଜି ସହରର ସ୍ୱର୍ଗତ ରମେଶ ଅଗ୍ରୱାଲ ଏବଂ ମା’ ସନ୍ତୋଷ ଅଗ୍ରୱାଲଙ୍କ ପୁଅ ଧୀରଜ। ଉଚ୍ଚଶିକ୍ଷା ସମାପ୍ତ ପରେ ମୁମ୍ବାଇସ୍ଥିତ ମେରିଟାଇମ ଟ୍ରେନିଂ ଇନଷ୍ଟିଚ୍ୟୁଟରୁ ନୌ-ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ। ୨୦୧୭ରୁ ବିଭିନ୍ନ ନୌବାହନୀ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆରେ କାର୍ଯ୍ୟରତ ଅଛନ୍ତି।

also- ଘନଘଟା ଭିତରେ କମାଲ କଲେ ଓଡ଼ିଆ କ୍ୟାପଟେନ୍‌, ଶିବାଲିକ ପରେ ପହଞ୍ଚିଲା ‘ନନ୍ଦାଦେବୀ’

ସମୁଦ୍ରରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲେବି ଭାରତୀୟ ନୌସେନା ଓ କ୍ୟାପଟେନ୍ ଧୀରଜଙ୍କ ଧୈର୍ଯ୍ୟ ଓ ରଣନୀତି ଯୋଗୁଁ ଜାହାଜଟି ସୁରକ୍ଷିତ ଭାବେ ଭାରତକୁ ଆସିପାରିଛି। ଯାହାକି ପ୍ରତିଟି ଭାରତୀୟ ପାଇଁ ଆଶ୍ବସ୍ତିର ବିଷୟ। କ୍ୟାପଟେନ୍ ଧୀରଜ ଏବଂ ତାଙ୍କ କ୍ରୁ ମେମ୍ବରଙ୍କ ଏହି ଅଦମ୍ୟ ସାହସ ଯୋଗୁଁ କୋଟି କୋଟି ଭାରତୀୟଙ୍କ ରୋଷେଇ ଶାଳରେ ଗ୍ୟାସ୍ ଚୁଲା ଜଳିବ। ଧୀରଜଙ୍କ ସାହାସ ଓ ଧୈର୍ଯ୍ୟ ଯୁବପିଢ଼ିଙ୍କ ପ୍ରେରଣା ନିଶ୍ଟୟ।