LIVE TV

ମାସକ ପରେ ଜନ୍ମ ଦେଇଥାନ୍ତେ, ଖୁସିକୁ ଦଳିଦେଲା BMW କାର୍

NEWS7
rahul-dravid-confirms-he-will-not-re-apply-for-india-head-coach-

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ସିଡନୀରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତତ ଜଣକ ହେଲେ ସାମନ୍ଥା ଧାରେଶ୍ୱର। ତାଙ୍କର ବୟସ ୩୩ ବର୍ଷ। ମହିଳା ଜଣକ ଆଠ ମାସର ଗର୍ଭବତୀ ଥିଲେ ବୋଲି କହିଛି ପୋଲିସ। ସେ ତାଙ୍କ ସ୍ୱାମୀ ଓ ତିନି ବର୍ଷର ପୁଅ ସହିତ ପର୍ବତାରୋହଣରେ ଯାଇଥିଲେ।

ଦୁର୍ଘଟଣା ପରେ ଆମ୍ୱୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାଥମିକ ଚିକିତ୍ସା ପରେ ସାମନ୍ଥାଙ୍କୁ ୱେଷ୍ଟମିଡ୍ ହସ୍ପିଟାଲକୁ ନିଆଯାଇଥିଲା। ଦୁର୍ଭାଗ୍ୟବଶତଃ, ସବୁ ଚିକିତ୍ସା ପ୍ରୟାସ ସତ୍ତ୍ୱେ, ମା' କିମ୍ବା ତାଙ୍କ ଗର୍ଭସ୍ଥ ଶିଶୁକୁ ବଞ୍ଚାଇ ଯାଇ ପାରିଲା ନାହିଁ। ସାମନ୍ଥା ଧାରେଶ୍ୱର କିଛି ସପ୍ତାହ ମଧ୍ୟରେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିଲେ। ସେ ଗ୍ରେଟର୍ ସିଡନୀ ଅଞ୍ଚଳରେ ଆଲସ୍କୋ ୟୁନିଫର୍ମରେ ଆଇଟି ସିଷ୍ଟମ୍ ଆନାଲିଷ୍ଟ ଭାବରେ କାମ କରୁଥିଲେ।

ପୋଲିସ ତଦନ୍ତରୁ ଜଣାପଡିଛି ଯେ ୧୯ ବର୍ଷୀୟ ଆରୋନ୍ ପାପାଜୋଗ୍ଲୋ BMW ସେଡାନ୍ ଚଲାଉଥିଲେ। ତାଙ୍କ କାର ପଛକୁ କିଆକୁ ଧକ୍କା ଦେଇଥିଲା। ସେହି କାରରେ ସାମନ୍ଥା ଥିଲେ।

ଅଭିଯୁକ୍ତ ଡ୍ରାଇଭର ୧୯ ବର୍ଷୀୟ ଆରୋନ୍ ପାପାଜୋଗ୍ଲୋଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୁଦ୍ଧରେ ବେପରୁଆ ଡ୍ରାଇଭିଂ ନେଇ ମାମଲା ରୁଜୁ କରାଯାଇଛି। ଏହି ଆଇନରେ ୧୦ ବର୍ଷ ପର୍ଯ୍ୟନ୍ତ ସମ୍ଭାବ୍ୟ ଜେଲ ଦଣ୍ଡ ହୋଇପାରେ। ତଥାପି, ତାଙ୍କର ପୂର୍ବରୁ କୌଣସି ଅପରାଧିକ କିମ୍ବା ଡ୍ରାଇଭିଂ ଦୋଷର ମାମଲା ନାହିଁ ଏବଂ ଦୁର୍ଘଟଣା ସମୟରେ ସେ ମଦ୍ୟପାନ କରି ନଥିଲେ। କିଆ କାରର ୪୮ ବର୍ଷୀୟ ଡ୍ରାଇଭର ଆହତ ହୋଇ ନଥିଲେ।