ପୁରୀରୁ ଜବତ ହେଲା ବିପୁଳ ପରିମାଣର ବ୍ରାଉନସୁଗାର, ଜଣେ ଅଭିଯୁକ୍ତ ଗିରଫ

NEWS7
ragi-solves-many-problems-know-its-benefits

ପୁରୀ ୧୪।୧: ପୁଣି ପୁରୀରୁ ଜବତ ହେଲା ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର । ଅବକାରୀ ଟିମ୍ ଚଢାଉ କରି ୧୩୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ପିପିଲି ସୁଲତାନ ନଗରର ଚିଣ୍ଟୁ ମେଣ୍ଟା। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସିଦ୍ଧ ବକୁଳ ଛକଠାରେ ବୁଧବାର ସକାଳୁ ଅଭିଯୁକ୍ତ ଜଣକ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ଏ ନେଇ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା। ଅବକାରୀ ବିଭାଗର ଏକ ଟିମ୍ ସେଠାରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ଏକ ପଲିଥିନରେ ଥିବା ୧୩୦ ଗ୍ରାମ ବ୍ରାଉନସୁଗାର ଜବତ କରି ତାକୁ କୋର୍ଟ ଚାଲାଣ କରିଛି ।

ସେପଟେ ମଙ୍ଗଳବାର ମଧ୍ୟ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଅବକାରୀ ବିଭାଗ। ଆଗାମୀ ଦିନରେ ଏଭଳି ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।