ନୂଆଦିଲ୍ଲୀ: ଆତଙ୍କୀସ୍ତାନକୁ ଆଉ ତ୍ରାହି ନାହିଁ । ଏବେ ବ୍ରହ୍ମୋସର ତାଣ୍ଡବ ଦେଖିବ ପାକିସ୍ତାନ । ପଡ଼ୋଶୀ ଦେଶରେ ପ୍ରଳୟ ରଚିବ ସ୍ବଦେଶୀ ମିସାଇଲ୍ । ରାଫେଲ ଆହୁରି ଶକ୍ତିଶାଳୀ ହେବ । କାହାକୁ ଡରିବ ପାକିସ୍ତାନ, ଆକାଶର ଛାତି ଚିରୁଥିବା ଫାଇଟର ଜେଟ୍ ରାଫେଲକୁ ନା ପରମାଣୁ ଅସ୍ତ୍ର ବହନ କ୍ଷମତା ରଖୁଥିବା ବ୍ରହ୍ମୋସ ସୁପର ସୋନିକ୍ କ୍ରୁଜ୍ ମିସାଇଲକୁ । ପାକିସ୍ତାନକୁ ମାଟିରେ ମିଶାଇବାକୁ ଓ୍ବାର ରୁମ୍ରେ ଯୋଜନା ପ୍ରସ୍ତୁତ କରିଛି ଭାରତ । ଏବେ ରାଫେଲ୍ ଯୁଦ୍ଧବିମାନରେ ଖଞ୍ଜା ହେବ ମହାବିନାଶକ ବ୍ରହ୍ମୋସ -ଏନଜି । କାରଣ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀର ସମନ୍ବୟ ପ୍ରସ୍ତାବକୁ ସ୍ବୀକାର କରିଛି ରାଫେଲରେ ପ୍ରସ୍ତୁତ କରୁଥିବା କମ୍ପାନି ଡାସଲ୍ଟ ଆଭିଏସନ । ଏହା ସଫଳ ହେଲେ ଆତଙ୍କବାଦୀଙ୍କ ଆକ୍କା ବନିଥିବା ପାକିସ୍ତାନକୁ ଆଉ ତ୍ରାହି ମିଳିବ ନାହିଁ ।
ରାଫେଲ୍ ଓ ବ୍ରହ୍ମୋସ-ଏନଜିର ହେବ ସମନ୍ବୟ । ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ବଳବାନ ହେବ ଭାରତ । କେନ୍ଦ୍ର ସରକାରଙ୍କ ଏକକୀକରଣ ଦାବିକୁ ଡାସଲ୍ଟ ଆଭିଏସନ୍ ସ୍ବୀକର କରିଥିବାବେଳେ ଆସନ୍ତା ୨୦୨୬ରେ ଏହାର ପରୀକ୍ଷଣ କରାଯିବ । କେବଳ ଏତିକି ନୁହେଁ ଲକ୍ଷ୍ନୌ ମଧ୍ୟ ଏହାର ନୂଆ ଉତ୍ପାଦନ ସେଣ୍ଟର ଆରମ୍ଭ ହେବ । ଏହି ପରବର୍ତ୍ତୀ ପୀଢ଼ିର କ୍ରୁଜ୍ ମିସାଇଲକୁ ରାଫେଲ, ସୁଖୋଇ-୩୦MKI ଓ ତେଜସ୍ Mk1Aରେ ଲେସ୍ କରାଯିବ ଏବଂ ଏହା ଭାରତୀୟ ବାୟୁସେନାର ଶକ୍ତି ବଢ଼ାଇବ ।
ବ୍ରହ୍ମୋସ-ଏନଜି, ବ୍ରହ୍ମୋସ ସୁପର ସୋନିକ୍ କ୍ରୁଜ ମିସାଇଲ୍ର ହାଲୁକା ଓ କମ୍ପାକ୍ଟ ସଂସ୍କରଣ । ଏହି ବାଲାଷ୍ଟିକ୍ ମିସାଇଲକୁ ସ୍ବତନ୍ତ୍ର ସ୍ବଦେଶୀ ଜ୍ଞାନ କୌଶଳରେ ତିଆରି କରାଯାଇଛି । ଏହାର ଓଜର ୧.୩ରୁ ୧.୪ ଟନ୍ ହୋଇଥିବା ବେଳେ ଦୈର୍ଘ୍ୟ ୬ ମିଟର ଲମ୍ବା । ପୂର୍ବ ଭର୍ସନ ଠାରୁ ବ୍ରହ୍ମୋସ-ଏନଜି ୫୦ ପ୍ରତିଶତ ହାଲୁକା ଓ ୩ ମିଟର ଛୋଟ । ଏହି ପରବର୍ତ୍ତୀ ପୀଢ଼ିର କ୍ରୁଜ୍ ମିସାଇଲ ଯୁଦ୍ଧରେ ଭାରତ ପାଇଁ ଅମୋଘ ଅସ୍ତ୍ର ସାଜିବ । ଏହି ମହାବିନାଶକ ଅସ୍ତ୍ର ଘଣ୍ଟା ପ୍ରତି ୪,୧୭୦ କି.ମି ବେଗରେ ୨୯୦ କିମି ପର୍ଯ୍ୟନ୍ତ ଟାର୍ଗେଟ୍ କୁ ହିଟ୍ କରିହେବ । କମ୍ ରାଡାର କ୍ରସ୍-ସେକ୍ସନ ଓ AESA ସହିତ ଉନ୍ନତ ସିକର ଏହି କ୍ରୁଜ୍ ମିସାଇଲକୁ ଆହୁରି ଶକ୍ତିଶାଳୀ କରୁଛି ।
୮ ହଜାର କୋଟି ବିନିମୟରେ ଭାରତୀୟ ବାୟୁସେନା ୪ଶହ ବ୍ରହ୍ମୋସ-ଏନଜି ମିସାଇଲ୍ କିଣିବାକୁ ଯୋଜନା ରଖିଛି । ଆସନ୍ତା ୫ ବର୍ଷ ମଧ୍ୟରେ ଏହାର ଉତ୍ପାଦନ ଶେଷ ହେବ । ପୂର୍ବରୁ ରାଫେଲ୍, ଫ୍ରାନ୍ସିସ୍ ଅସ୍ତ୍ରଶସ୍ତ୍ର ଅର୍ଥାତ୍ ୭୦କି.ମି ରେଞ୍ଜ୍ ଥିବା ଏକ୍ସୋସେଟ୍ ମିସାଇଲ୍ ଉପରେ ନିର୍ଭର ଥିଲା । ହେଲେ ଏହି ଚିନ୍ତା ଏବେ ଦୂର ହୋଇଛି, ରାଫେଲ୍ ଯୁଦ୍ଧ ବିମାନରେ ଏବେ ୨୯୦ କିମି ଟାର୍ଗେଟକୁ ହିଟ୍ କରୁଥିବା ବ୍ରହ୍ମୋସ-ଏନଜିରେ ଲେସ୍ ହେବ । ସ୍ବଦେଶୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀର ସମନ୍ବୟ ଫଳରେ ବଳବାନ ହେବ ଭାରତୀୟ ପ୍ରତିରକ୍ଷା ବିଭାଗ । ଏପଟେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ଏବେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ବେଳେ ଏହି ଅସ୍ତ୍ର ପାକିସ୍ତାନକୁ ଧୂଳି ଚଟାଇବ ।