LIVE TV

ଦିଲ୍ଲୀ ବ୍ଲାଷ୍ଟ୍ : ଆତଙ୍କବାଦୀ ଆଦିଲକୁ ଦରକାର ଥିଲା ଟଙ୍କା, NIA ହାତରେ ଲାଗିଲା ଡିଲିଟ୍ ହୋଇଥିବା ଚାଟ୍

NEWS7
rafael-nadal-announces-retirement-from-professional-tennis

ନୂଆଦିଲ୍ଲୀ, ୨୬/୧୧: ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ହାତରେ ବଡ ସୁରାକ ଲାଗିଛି । ଆତଙ୍କବାଦୀ ଆଦିଲର ଏକ ହ୍ୱାଟସଆପ୍ ଚାଟିଂରେ ସେ ଟଙ୍କା ମାଗୁଥିବା ଜଣାପଡିଛି । ଥରେ ନୁହେଁ ସେ ବହୁତ ଥର ଟଙ୍କା ମାଗୁଥିଲା । ତେବେ ଏହି ଚାଟ୍ କୁ ଆଦିଲର ଫୋନରୁ ଡିଲିଟ୍ କରାଯାଇଥିଲା । ଯାହାକୁ ତଦନ୍ତକାରୀ ଅଧିକାରୀ ହାସଲ କରିଛନ୍ତି । ସେପ୍ଟେମ୍ବର ୫ରୁ ୯ ତାରିଖ ମଧ୍ୟରେ ସେ ଟଙ୍କା ମାଗୁଥିବା ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଛନ୍ତି ।

ଚାଟିଂରେ ଆଦିଲ ବାରମ୍ବାର ଆଗୁଆ ଦରମା ମାଗୁଥିଲା । ତେବେ ଏହି ଅର୍ଥକୁ ବିସ୍ଫୋରଣ ପାଇଁ ବ୍ୟବହାର କରାଯାଇଥାନ୍ତା ବୋଲି ସନ୍ଦେହ କରାଯାଉଛି । ଜେରା ବେଳେ ଅନ୍ୟତମ ଆତଙ୍କବାଦୀ ମୁଜାମିଲ ଆଦିଲକୁ ସେମାନଙ୍କ ଦଳର କୋଷାଧ୍ୟକ୍ଷ ବୋଲି କହିଛି । ଅର୍ଥାତ ଟଙ୍କାର ସମସ୍ତ ନେଣଦେଣ ତା ପାଖରେ ରହୁଥିଲା । କିଏ କେତେ ଟଙ୍କା ଦେବ ଏବଂ କେଉଁ ବାଟରେ ଏହାକୁ ଖର୍ଚ୍ଚ କରାଯିବ ତାହାର ଟିକନିଖି ହିସାବ ଆଦିଲ ରଖୁଥିଲା ।

ଆହୁରି ମଧ୍ୟ ଜଣାପଡିଛି ଯେ, ଦିଲ୍ଲୀ ବିସ୍ଫୋରଣରେ ବ୍ୟବହାର କରାଯାଇଥିବା ୨୬ ଲକ୍ଷ ଟଙ୍କାରୁ ୮ ଲକ୍ଷ ଟଙ୍କା ଆଦିଲ ଦେଇଥିଲା । ଚାଟରେ ସେ ବାରମ୍ବାର ପଇସା ମାଗୁଥିବା ଜଣାପଡିଛି । ଟଙ୍କା ପାଇଁ ସେ ପାଗଳ ଭଳି ହେଉଥିଲା । ପ୍ରଥମେ ସେପ୍ଟେମ୍ବର ୫ ତାରିଖରେ କାହାକୁ ଗୁଡ୍ ଆଫ୍ଟରନୁନ୍ ଲେଖି ଦରମା ପ୍ରଦାନ ପାଇଁ ନିବେଦନ କରିଥିଲା । ଏଥିରେ ଆପଣଙ୍କର ବହୁତ ସାହାଯ୍ୟ ହେବ ବୋଲି ସେ ପ୍ରକାଶ କରିଥିଲା । ପରେ ସେ ଆଉ ଥରେ ଟଙ୍କା ବହୁତ ଜରୁରୀ ବୋଲି କହିଥିଲା । ଅନ୍ୟ ପାର୍ଶ୍ୱରେ ଥିବା ୟୁଜରଙ୍କୁ ସେ ଟଙ୍କା ଆକାଉଣ୍ଟରେ ପଠାଇବାକୁ ଅନୁରୋଧ କରିଥିଲା ।

ସେହିପରି ସେପ୍ଟେମ୍ବର ୬ ଏବଂ ୭ ତାରିଖରେ ମଧ୍ୟ ସେ ଟଙ୍କା ମାଗିଥିଲା । କିନ୍ତୁ ଶୀଘ୍ର ଅର୍ଥ ପ୍ରଦାନ ପାଇଁ ଚାପ ପକାଇବା ଭଳି ସେ ମେସେଜ୍ କରିଥିଲା । ସେହିପରି ସେପ୍ଟେମ୍ବର ୯ ତାରିଖରେ ତାକୁ କଲ୍ କରିବା ପାଇଁ ସେ ଚାଟିଂରେ ଦର୍ଶାଇଥିଲା ।

ତଦନ୍ତକାରୀ ଅଧିକାରୀ ସନ୍ଦେହ କରୁଛନ୍ତି ଯେ, ଟଙ୍କାକୁ ଦିଲ୍ଲୀ ବିସ୍ଫୋରଣରେ ଉପଯୋଗ କରାଯାଇଥାଇପାରେ । ବିସ୍ଫୋରଣରେ ପ୍ରାୟ ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାର ସିଂହଭାଗ ଆଦିଲ ପ୍ରଦାନ କରିଥିଲା ।