LIVE TV

ୟୁକେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଖଲିସ୍ତାନୀ ଉଗ୍ରବାଦ କଥା ଉଠାଇଲେ ମୋଦୀ; କହିଲେ, ତୁରନ୍ତ ସମାଧାନ ହେବା ଉଚିତ୍

NEWS7
 pm modi urges uk pm to act against khalistanis

ନୂଆଦିଲ୍ଲୀ: ୟୁକେ ପ୍ରଧାନମନ୍ତ୍ରୀ କିଏର ଷ୍ଟାରମରଙ୍କ ଭାରତ ଗସ୍ତରେ ସମୟରେ ଏକାଧିକ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଛି। ଏମିତି କି ବ୍ରିଟେନ୍‌ରେ ମାତିଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ଉଗ୍ରବାଦ ବିଷୟରେ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୂଚନା ଦେଇଛନ୍ତି।

ଶ୍ରୀ ମିଶ୍ରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଗଣତାନ୍ତ୍ରିକ ସମାଜରେ ମୌଳବାଦ ଏବଂ ହିଂସାତ୍ମକ ଉଗ୍ରବାଦର କୌଣସି ସ୍ଥାନ ନାହିଁ। ସମାଜ ଦ୍ୱାରା ପ୍ରଦାନ କରାଯାଇଥିବା ସ୍ୱାଧୀନତାର ବ୍ୟବହାର କିମ୍ବା ଅପବ୍ୟବହାର କରିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ। ଉଭୟ ପକ୍ଷରେ ଉପଲବ୍ଧ ଆଇନଗତ ଢାଞ୍ଚା ମଧ୍ୟରେ ସେମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ୟୁକେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାସ୍ତବରେ ଲୋକମାନଙ୍କ ପାଇଁ ସହଯୋଗମୂଳକ ଥିଲା। ଉଭୟ ଦେଶର ଜନତାଙ୍କ ଲାଭ ପାଇଁ ୟୁକେ ଓ ଭାରତ ବିଭିନ୍ନ ଦିଗରେ କାମ ଜାରି ରଖିଛନ୍ତି ବୋଲି ଶ୍ରୀ ମିଶ୍ରି କହିଛନ୍ତି।  

ବ୍ରିଟେନ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ସହ ବ୍ରିଟେନ ୟୁନିଭର୍ସିଟିର କ୍ୟାମ୍ପସ ଭାରତରେ ଖୋଲିବା ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିବା ବିକ୍ରି ମିଶ୍ରି କହିଛନ୍ତି। ଷ୍ଟାରମର ଭାରତ ଗସ୍ତରେ ଆସିଥିବା ବେଳେ ସାଂଗରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ପ୍ରତିନିଧିମଣ୍ଡଳୀ ଆଣିଥିଲେ। ଯେଉଁଥିରେ ୟୁକେର ୧୨୫ ଜଣ ପ୍ରମୁଖ ବ୍ୟବସାୟୀ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍ ରହିଛନ୍ତି। ଭାରତ ଗସ୍ତରେ ଆସିଥିବା ସବୁଠାରୁ ବଡ଼ ୟୁକେ ବ୍ୟବସାୟ ପ୍ରତିନିଧିମଣ୍ଡଳୀ,ଏବଂ ଭାରତରେ ସହଯୋଗ ଯୋଜନା କରୁଥିବା ୟୁକେର ପ୍ରମୁଖ ବିଶ୍ୱବିଦ୍ୟାଳୟର ୯ ଜଣ ଭାଇସ୍-ଚାନ୍ସେଲର ଅଛନ୍ତି। ଏହି ୯ ୟୁନିଭର୍ସିଟିର କ୍ୟାମ୍ପସ ଭାରତରେ ଖୋଲିବାକୁ ପ୍ରଧାନମନ୍ତ୍ରୀ ମୋଦୀ ୟୁକେ ପିଏମ୍‌ଙ୍କୁ କହିଥିଲେ ବୋଲି ଶ୍ରୀ ମିଶ୍ରି ସୂଚନା ଦେଇଥିଲେ।