ମଇଁଷିଙ୍କ ଝଗଡ଼ାରୁ ଆରମ୍ଭ ହେଲା ବିବାଦ, ପୁତୁରା ମାଡ଼ରେ ଗଲା ଦାଦାର ଜୀବନ

Published By : Prameya-News7 Bureau | May 05, 2025 IST

ବାଙ୍କୀ: ମଇଁଷି ମଇଁଷି ମଧ୍ୟରେ ଲଢ଼େଇକୁ କେନ୍ଦ୍ର କରି ଦାଦା ପୁତୁରା ମଧ୍ୟରେ ଆରମ୍ଭ ହେଲା ବିବାଦ। ସମ୍ପର୍କ ହେଲା ତୁଚ୍ଛ। ବିବାଦ ନେଲା ନେଲା ଉଗ୍ର ରୂପ। ପୁତୁରାର ଠେଙ୍ଗା ଓ ଲୁହା ରଡ ଆକ୍ରମଣରେ ଗୁରୁତର ହେଲେ ଦାଦା। ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା।ସେପଟେ ରାସ୍ତାରେ ଶବ ରଖି ପରିବାର ଲୋକଙ୍କ ଦାବି ଅଭିଯୁକ୍ତକୁ ମିଳୁ କଠୋର ଦଣ୍ଡ।

ସୂଚନା ଅନୁଯାୟୀ, କଟକ ଜିଲ୍ଲା ବାଙ୍କୀ ଶିମିଳିପୁର ଗ୍ରାମର ଶରତ ବେହେରାଙ୍କୁ ତାଙ୍କ ପୁତୁରା ସନ୍ତୋଷ ବେହେରା ମରଣାତ୍ମକ ଆକ୍ରମଣ କରିଥିବା ନେଇ ନଅ ଦିନ ତଳେ ଅଭିଯୋଗ ହୋଇଥିଲା। ଏଥିରେ ଗୁରୁତର ହୋଇପଡ଼ିଥିବା ଶରତଙ୍କ ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ମୃତ୍ୟୁ ଘଟିଥିଲା।ତେବେ ପୋଷ୍ଟମର୍ଟମ ପରେ ଶିମିଳିପୁରକୁ ଶରତଙ୍କ ଶବ ଆସିବା ପରେ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ମୃତକଙ୍କ ପରିବାର ବାଙ୍କୀ କଟକ ମୁଖ୍ୟ ରାସ୍ତାର ଶିମିଳିପୁର ଛକରେ ଶବ ରଖି ରାସ୍ତା ରୋକ କରିଥିଲେ। 

ସେମାନେ ଅଭିଯୋଗ କରିଥିଲେ ଏତଲାରେ ଚାରି ଜଣଙ୍କ ନାମରେ ଦିଆଯାଇଥିବା ବେଳେ ପୋଲିସ ଜଣକୁ ଗିରଫ କରି କୋର୍ଟ ଫରୱାର୍ଡ କରିଥିବା ବେଳେ ଅନ୍ୟ ତିନି ଜଣ ଏବେ ଫେରାର ରହିଛନ୍ତି। ଏମିତିରେ ପରିବାର ଲୋକେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଳମ୍ବ କରୁଥିବା ଅଭିଯୋଗରେ ରାସ୍ତାରୋକ କରିଥିଲେ। ଅବଶ୍ୟ ବାଙ୍କୀ ପୋଲିସ ଏସଡିପିଓ ଓ ଡମପଡ଼ା ତହସିଲଦାର ଆସି ଲୋକଙ୍କୁ ବୁଝାସୁଝା କରିବାରେ ରାସ୍ତା ରୋକ ହଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.