ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି- ୨୦୨୬କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

NEWS7
puri-violence-maheswar-mohanty-release-cctv-footage

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୮ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି । ଏହି ବୈଠକରେ ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି- ୨୦୨୬ କୁ ଅନୁମୋଦନ ମିଳିଛି ।

ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବା ନିମନ୍ତେ ଏହା ରାଜ୍ୟର ଭିଜନ ଯୋଜନା ୨୦୩୬ ଏବଂ ୨୦୪୭ ସହିତ ସମନ୍ୱୟ ପରିପ୍ରେକ୍ଷିରେ ଏକ ପ୍ରମୁଖ ସଂସ୍କାର । ବ୍ୟବସାୟିକ ସହଜତାକୁ ଉନ୍ନତ କରିବା ଏବଂ ଅଧିକ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ମାନଦଣ୍ଡ ଭଳି ୩ ତାରକା ଏବଂ ତାଠୁ ଅଧିକ ହୋଟେଲ ଓ ରିସର୍ଟ ପାଇଁ ସର୍ବନିମ୍ନ ନିବେଶ ସୀମା ୫୦ କୋଠରୀରୁ ୧୦ କୋଠରୀକୁ ହ୍ରାସ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି ।

ଏହି ସଂଶୋଧନଗୁଡ଼ିକ ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨ ଉପରେ ଆଧାରିତ । ରାଜ୍ୟଗୁଡ଼ିକ ମଧ୍ୟରେ ନିବେଶ ପ୍ରତିଯୋଗିତାକୁ ବୃଦ୍ଧି କରିବା, ସ୍ଥାୟୀ ଏବଂ ଅନୁଭୂତି ମୂଳକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା, ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ରାଜ୍ୟବ୍ୟାପୀ ସନ୍ତୁଳିତ ଆଞ୍ଚଳିକ ବିକାଶ ସୁନିଶ୍ଚିତ କରିବା ଏହି ସଂଶୋଧିତ ନୀତିର ଉଦ୍ଦେଶ୍ୟ ରହିଛି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି।