ରଙ୍ଗ ଛଡ଼ାଇ ପାରୁନାହାନ୍ତି କି ? ହୋଲି ପୂର୍ବରୁ ଏବଂ ପରେ ଆପଣାନ୍ତୁ ଏହି ଟିପ୍ସ, ସହଜରେ ଛାଡିଯିବ ହୋଲି କଲର

NEWS7
puri-violence-maheswar-mohanty-release-cctv-footage

ନୂଆଦିଲ୍ଲୀ ୦୪।୦୩; ହସ ଖୁସି ଏବଂ ରଙ୍ଗର ପର୍ବ ହୋଲି । ଏହି ପର୍ବରେ ପରସ୍ପରକୁ ରଙ୍ଗ ଲଗାଇବାରେ ଯେତେ ଆନନ୍ଦ ମିଳେ ତା’ଠାରୁ ଅଧିକ କଷ୍ଟ ଲାଗେ ରଙ୍ଗ ଛଡ଼ାଇବା । ଆଜିକାଲି ବଜାରରେ ମିଳୁଥିବା ପ୍ରତିଟି ରଙ୍ଗରେ କେମିକାଲ୍ ମିଶିଥାଏ।  ଯାହା ତ୍ବଚା ପାଇଁ ଆଦୌ ଠିକ ନୁହେଁ । ତେଣୁ ହୋଲି ଖେଳିବା ପୂର୍ବରୁ ମୁହଁ ଏବଂ ପୂରା ଶରୀରର ଉଚିତ ଯତ୍ନ ନନେଲେ ରଙ୍ଗ ତ ଛାଡ଼ିବାରେ କଷ୍ଟ ହୁଏ କିନ୍ତୁ କେମିକାଲ୍ ଯୋଗୁଁ ଦେହ ସାରା କୁଣ୍ଡାଇ ହୋଇ ଫୋଟକା ପରି ଫଳିଯାଏ। ଯାହା ଦ୍ବାରା ପୋଡ଼ାଜଳା, କୁଣ୍ଡାଇ ହେବା ଛୋଟ ଛୋଟ ଫୋଟକା ପରି ଦାଗ ଦେଖାଯାଏ । ତେବେ ଆସନ୍ତୁ କିଛି ଟିପ୍ସ ବିଷୟରେ ଜାଣିବା ଯାହା ହୋଲି ରଙ୍ଗକୁ ଛଡାଇବାରେ ସହଜ ହେବ । 

ହୋଲି ପୂର୍ବ ଦିନ ଭଲରେ ଫେସୱାସ୍ ଲଗାଇ ମୁହଁ ସଫା କରନ୍ତୁ । ତା’ପରେ ନଡ଼ିଆତେଲ , ବାଦାମ ତେଲ କିମ୍ବା ଆଲୋଭେରା ଜେଲ୍ ଲଗାଇ ମସାଜ୍ କରନ୍ତୁ । ଏହା ମୁହଁରେ ସୁରକ୍ଷା କବଚ ସୃଷ୍ଟି କରିବ । ହୋଲି ଖେଳିବା ପାଇଁ ବାହାରକୁ ତ ନିଶ୍ଚୟ ଯିବେ ସେଥିପାଇଁ ଦେହରେ ଭଲ ଭାବରେ ସନସ୍କ୍ରିନ୍ ଲଗାଇ ଯାଆନ୍ତୁ । କାରଣ ସୂର୍ଯ୍ୟକିରଣ ଏବଂ କ୍ୟାମିକାଲ୍ ରଙ୍ଗ ଦୁଇଟା ମିଶି ତ୍ବଚାରେ ଦୁଇଗୁଣ ଅଧିକ କ୍ଷତି ପହଞ୍ଚାଇଥା’ନ୍ତି । ହୋଲି ଖେଳିବା ସମୟରେ ମୁହଁରେ ରଙ୍ଗ ରାଗିଲେ ବାରମ୍ବାର ଧୋଇବାର ଭୁଲ୍ ଆଦୌ କରନ୍ତୁ ନାହିଁ , ଆଖିରେ ରଙ୍ଗ ପଡ଼ିବା ଅଲଗା କଥା କିନ୍ତୁ ମୁହଁକୁ ଘସି ଘସି ଧୋଇବାର ଭୁଲ୍ କରନ୍ତୁନି । ଏହାଦ୍ବାରା ରଙ୍ଗ ଶରୀର ଭିତରକୁ ଅଧିକ ପ୍ରବେଶ କରିବ । ତେଣୁ ଖେଳିସାରିବା ପରେ ହିଁ ରଙ୍ଗ ଛଡ଼ାଇ ଗାଧାନ୍ତୁ । 

ରଙ୍ଗ ଖେଳିବା ପୂର୍ବରୁ ମୁହଁରେ ତେଲ ଲଗାନ୍ତୁ ଏବଂ ଗାଧୋଇବା ପରେ ଆଲୋଭେରା ଜେଲ୍ ଲଗାନ୍ତୁ ତୁରନ୍ତ ଆରମ ମିଳିବ । ଆଲୋଭେରାର ଥଣ୍ଡାପଣ ଶରୀରକୁ ରିଲାକ୍ସ କରିବ । ଗାଧୋଇବା ପରେ ତ୍ବଚାରେ ଘିଅ ଲଗାଇପାରନ୍ତି । ରଙ୍ଗ ଛଡ଼ାଇବା ପରେ ବେସନ ଏବଂ ହଳଦୀର ପ୍ୟାକ୍ ଶରୀରରେ ଲଗାନ୍ତୁ । ତ୍ବଚାରେ ଚନ୍ଦନ ପାଉଡର,ଗୋଲାପ ଜଳର ଫେସପ୍ୟାକ୍ ଲଗାନ୍ତୁ ସ୍କିନ୍ ଭଲ ରହିବ । ହୋଲି ଖେଳିବା ସମୟରେ ଆଖିରେ ଚଷମା ଏବଂ ମୁଣ୍ଡରେ ରୁମାଲ୍ ,ଟୋପି ପିନ୍ଧି ଖେଳନ୍ତୁ । ରଙ୍ଗ ଖେଳନ୍ତୁ କିନ୍ତୁ ସତର୍କତାର ସହିତ ଖେଳନ୍ତୁ ।

ଅଧିକ ପଢନ୍ତୁ- lunar eclipse 2026 : ଆଜି ଆକାଶରେ ଦେଖାଯିବ ନାଲି ଜହ୍ନ , କେଉଁଠି କେତେବେଳେ ଦିଶିବ ?