ଏଏସ୍ଆଇକୁ ଶ୍ରୀମନ୍ଦିର ପ୍ରଶାସକଙ୍କ ଚିଠି, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠିରେ ଉଲ୍ଲେଖ

Published By : Prameya-News7 Bureau | July 30, 2025 IST

ପୁରୀ ୩୦।୦୭ : ASI ସୋସିଆଲ ମିଡ଼ିଆ ପେଜରେ ଶ୍ରୀମନ୍ଦିର ଭିତର ଫଟୋ ପୋଷ୍ଟ କରିବା ଘଟଣା । ଶ୍ରୀମନ୍ଦିର ଭିତର ଚକଡା ଚିତ୍ର ସୋସିଆଲ୍ ମିଡିଆରେ ସେୟାର ନେଇ ASIକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ASI କର୍ତ୍ତୃପକ୍ଷଙ୍କୁ ଏହି ଚିଠି ଲେଖିଛନ୍ତି । 

ତେବେ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ରତା ତଥା ଆଧ୍ୟାତ୍ମିକତା ବଜାୟ ରଖିବା ପ୍ରତ୍ୟେକ ଭକ୍ତ ଏବଂ ଶ୍ରୀମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ l ତେଣୁ ଶ୍ରୀମନ୍ଦିର ସମ୍ପର୍କିତ ଚିତ୍ର ପ୍ରକାଶନ ସମୟରେ ଅଧିକ ସତର୍କ ହେବାକୁ ମୁଖ୍ୟ ପ୍ରଶାସକ ASIକୁ ପରାମର୍ଶ ଦେଇଛନ୍ତି l ଶ୍ରୀମନ୍ଦିର ଭିତର ବେଢାର ଚିତ୍ର ASI ପକ୍ଷରୁ ସୋସିଆଲ ମିଡିଆରେ ପେଷ୍ଟ କରାଯାଇଥିବା ନଜରକୁ ଆସିଥିଲା l ସଙ୍ଗେ ସଙ୍ଗେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ASI ମହାନିର୍ଦେଶକଙ୍କ ଦୃଷ୍ଟିକୁ ଆଣିଥିଲେ। ଏହାପରେ ASI ପକ୍ଷରୁ ସେହି ପୋଷ୍ଟକୁ ଡିଲିଟ କରାଯାଇଥିଲା । ASI ମହାନିର୍ଦେଶକଙ୍କୁ ଲେଖିଥିବା ପତ୍ରରେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କ୍ଷେତ୍ରରେ ASI ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି l ତେବେ ଏନେଇ ସୂଚନା ଦେବାକୁ ଯାଇ ଶ୍ରୀମନ୍ଦିର ଭିତର ବେଢା ସହ ଶ୍ରୀମନ୍ଦିର ଚିତ୍ର ସୋସିଆଲ୍ ମିଡିଆ ରେ ପ୍ରକାଶନ କରିବା ଭକ୍ତଙ୍କ ଧର୍ମୀୟ ଭାବନାକୁ ପ୍ରଭାବିତ କରିଛି l ତେଣୁ ଏ ବିଷୟରେ ଯଥେଷ୍ଟ ସତର୍କ ହେବା ସହ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ଲେଖିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.