ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତିଙ୍କ ବିସ୍ପୋରକ ବୟାନ, କହିଲେ...

Published By : Prameya-News7 Bureau | May 29, 2025 IST

ପୁରୀ: ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତିଙ୍କ ବିସ୍ପୋରକ ବୟାନ। ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲା ବୈଠକକୁ ନେଇ ପ୍ରଶ୍ନ ଉଠାଇଲେ ସୁନୀଲ। ଦଳୀୟ ବୈଠକ ଶଙ୍ଖ ଭବନ ଛଡା ହୋଟେଲ ରେଷ୍ଠୁରାଣ୍ଟ ଓ କାହା ଘରେ ହେବନାହିଁ ବୋଲି ନବୀନ କହିଥିଲେ। କାହା ଘରେ ଦଳୀୟ ବୈଠକ ହେଲେ ଆମେ ତାକୁ ଦଳୀୟ ବୈଠକ ମାନୁନା। ଜଣେ ଦୁଇ ଜଣଙ୍କୁ ନେଇ ଯଦି ଜିଲ୍ଲାର ବୈଠକ ହେବ ତାହାକୁ ବୈଠକରେ ଗଣାଯିବ ନାହିଁ ବୋଲି ସେ ଗଣମାଧ୍ୟମରେ କହିଛନ୍ତି। 

ସେ କହିଛନ୍ତି, ବିଜେଡିକୁ ବିଶୃଙ୍ଖଳିତ କରିବା ପାଇଁ ଦଳ ଭିତରେ ପ୍ରୟାସ ହେଉଛି। ସେମାନଙ୍କ  ପ୍ରୟାସ କେବେ ସଫଳ ହେବନି। ଦଳରେ କୁଚକ୍ରୀ ଗୋଷ୍ଠୀ ଅଛନ୍ତି। ଏହା ସବୁ ଦଳରେ ଥାଆନ୍ତି। ବିଜେଡି ଏକ ଶୃଙ୍ଖଳିତ ଦଳ। ଆମର ନେତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଦଳକୁ ବିଶୃଙ୍ଖଳା କରିବାକୁ ଚେଷ୍ଟା କରାଯାଉଛି। 

Also read: ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଧଳା ପୋଷାକରୁ ଆଜି ନାଲି ପୋଷାକ ପିନ୍ଧୁଛି

ସେ କହିଛନ୍ତି, କେହି ଇଞ୍ଚେ ବି ପୁରୀ ନିର୍ବାଚନ ମଣ୍ଡଳୀ ଓ ପୁରୀ ଜିଲ୍ଲାରେ ଦଳର କ୍ଷତି କରିପାରିବେ ନାହିଁ। କୁଚକ୍ରୀ କିଏ ସମସ୍ତେ ଜାଣିଛନ୍ତି | କାହା ନାଁ ନେଲେ ସିଏ ବଡ଼ ହେଇଯିବ ଆମେ ଛୋଟ ହେଇଯିବୁ। ୨୪ ନିର୍ବାଚନରେ ଅନେକ ନେତା ହାରିଲେ। ମୋତେ ପୁରୀରେ ହରାଇବା ପାଇଁ ବହୁତ ଚେଷ୍ଟା ହେଇଛି। କୁଚକ୍ରି ସବୁ ଦଳରେ ଥାଆନ୍ତି ଆମ ଦଳରେ ବି ଅଛନ୍ତି | ଅନେକ ଆଶାୟୀ ଥିଲେ | ସମସ୍ତେ ଜଣଙ୍କ ପଛରେ ଲାଗିବା ପ୍ରୟାସ ଆରମ୍ଭ କଲେଣି। ସମସ୍ତଙ୍କୁ ନେଇ ବୈଠକ କରାଯାଉ ବୋଲି ମତ ଦେଇଥିଲି | 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.