ଉର୍ବଶୀ ରୌତେଲାଙ୍କୁ ଲିଓନାର୍ଡୋ ଡିକାପ୍ରିଓ କହିଲେ ‘କ୍ଵିନ୍ ଅଫ୍ କାନ୍ସ’, ପୋଷ୍ଟ ଦେଖି ୟୁଜର୍ସ କରୁଛନ୍ତି ଟ୍ରୋଲ୍

Published By : Prameya-News7 Bureau | May 30, 2025 IST

ମୁମ୍ଵାଇ ୩୦।୦୫; ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା । ସୋସିଆଲ ମିଡିଆରେ ସେ ଖୁବ୍‌ ଆକ୍ଟିଭ୍‌ । ଅନେକ ସମୟରେ ନିଜର ବୟାନ ପାଇଂ ବିବାଦରେ ରହିଥାଆନ୍ତି । କିନ୍ତୁ ଖବରରେ ରହିବାର ଟ୍ରିକ୍‌ ବେଶ ଭଲଭାବେ ଜାଣନ୍ତି ଉର୍ବଶୀ । ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ମଧ୍ୟ ଦାବି କରିଛନ୍ତି। ହଲିଉଡ୍‌ ଷ୍ଟାର୍‌  ଲିଓନାର୍ଡୋ ଡିକାପ୍ରିଓ ତାଙ୍କୁ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ର  କୁଇନ୍‌ କହିଥିଲେ । ଲିଓନାର୍ଡୋଙ୍କ ସହ ନିଜର ଏକ ସେଲ୍‌ଫି ପୋଷ୍ଟ୍‌ କରି ସେ ଏହି ଦାବି କରିଛନ୍ତି ।  

ଗୁରୁବାର ଉର୍ବଶୀ ଏକ ପୁରୁଣା ସେଲ୍‌ଫି ସେୟାର  କରିଥିଲେ। ଯେଉଁଥିରେ ସେ ହଲିଉଡ୍‌ ଷ୍ଟାର୍‌  ଲିଓନାର୍ଡୋଙ୍କ ସହ ନଜର ଆସିଛନ୍ତି । ଫଟୋଟି  ୨୦୨୨ରେ ଉଭୟଙ୍କ ସାକ୍ଷାତର । ଫଟୋ ସହିତ  ଉର୍ବଶୀ କ୍ୟାପ୍‌ସନ ଲେଖିଛନ୍ତି ‘ଯେତେବେଳେ ଲିଓନାର୍ଡୋ ଡିକାପ୍ରିଓ ତୁମକୁ  କାନ୍‌ର ରାଣୀ କହନ୍ତି! ଧନ୍ୟବାଦ ଲିଓ.. ଏହା ଏକ ଟାଇଟାନିକ୍‌ କମ୍ପ୍ଲିମେଣ୍ଟ୍‌ ।’  ଏହି ପୋଷ୍ଟ୍‌ ପାଇଁ ୟୁଜର୍‌ ଉର୍ବଶୀଙ୍କୁ ଖୁବ୍‌ ଥଟ୍ଟା କରୁଛନ୍ତି । ତେବେ ପ୍ରଥମ  ଥର ଉର୍ବଶୀ ଲିଓନାର୍ଡୋଙ୍କୁ ନେଇ ଏଭଳି ଦାବି କରିନାହାନ୍ତି । 

୩ ବର୍ଷ ତଳେ  ମଧ୍ୟ କାନ୍‌ରେ ତାଙ୍କ ଉପସ୍ଥିତିକୁ ନେଇ ଲିଓନାର୍ଡୋ କମ୍ପ୍ଲିମେଣ୍ଟ୍‌ ଦେଇଥିଲେ ବୋଲି  ଉର୍ବଶୀ କହିଥିଲେ । ଲିଓନାର୍ଡୋ ତାଙ୍କୁ ଜଣେ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ କହିଥିଲେ  ବୋଲି ଉର୍ବଶୀ ଲେଖିଥିଲେ । ଏଥିପାଇଁ ତାଙ୍କୁ ଖୁବ୍‌ ଟ୍ରୋଲ୍‌ କରାଯାଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.