LIVE TV

ବୃଷ ରାଶି ବ୍ୟକ୍ତିଙ୍କୁ ଦିନଟିରେ କାମରେ ସଫଳତା ଓ ପ୍ରଶଂସା ମିଳିବ, ନୂଆ ଯୋଜନା ସହ ଆଗକୁ ବଢ଼ିବେ

NEWS7
pune-bus-stand-rape-accused-sent-to-judicial-custody

ମେଷ- ଦିନ ଶୁଭ ରହିବ। କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ। ଯାହା କ୍ୟାରିୟରରେ ପ୍ରଗତି ଆଣିବ। ବ୍ୟବସାୟରେ ଲାଭ, ଅଟକିଥିବା ଟଙ୍କା ଫେରିଆସିବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ସାଧାରଣ ରହିବ କିନ୍ତୁ ଶାରୀରିକ କ୍ଲାନ୍ତି ହୋଇପାରେ। ପରିବାରରେ ସମ୍ମାନ ବଢ଼ିବ ଓ ପ୍ରେମ ସମ୍ପର୍କ ସୁଦୃଢ଼ ହେବ। ଶିକ୍ଷାରେ ସଫଳତା ମିଳିବ।

ବୃଷ- ଦିନଟିରେ କାମରେ ସଫଳତା ଓ ପ୍ରଶଂସା ମିଳିବ। ନୂଆ ଯୋଜନା ସହ କାମକୁ ଆଗକୁ ବଢ଼ାଇବେ। ସ୍ୱାସ୍ଥ୍ୟରେ ସୁଧାର ହେବ, ପାରିବାରିକ ସମସ୍ୟାର ସମାଧାନ ହେବ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଆନନ୍ଦମୟ। ଛାତ୍ରଛାତ୍ରୀଙ୍କ ପାଇଁ ଭଲ ପରିଣାମର ସୂଚନା। ଆର୍ଥିକ କ୍ଷେତ୍ରରେ ନୂଆ ଆୟ ସୃଷ୍ଟି ହେବ।

ମିଥୁନ- ଦିନଟି ଏତେଟା ଅନୁକୂଳ ନୁହେଁ। କାର୍ଯ୍ୟକ୍ଷେତ୍ରରେ ବାଧା, ବ୍ୟବସାୟରେ କ୍ଷତି ହୋଇପାରେ। ସ୍ୱାସ୍ଥ୍ୟରେ କ୍ଲାନ୍ତି, ମୁଣ୍ଡବ୍ୟଥା କିମ୍ବା ପୁରୁଣା ରୋଗର ପ୍ରଭାବ ଦେଖିବାକୁ ମିଳିପାରେ। ପରିବାରରେ ବିବାଦ ସୃଷ୍ଟି ହୋଇପାରେ। ପ୍ରେମ ସମ୍ପର୍କରେ ଦୂରତା ବଢ଼ିବ। ଛାତ୍ରଛାତ୍ରୀଙ୍କ ମନୋଯୋଗ କମିପାରେ।

କର୍କଟ- କାର୍ଯ୍ୟରେ ସଫଳତା, ବ୍ୟବସାୟରେ ଲାଭ ଓ ସାମାଜିକ କ୍ଷେତ୍ରରେ ପ୍ରଶଂସା ମିଳିବ। ପରିବାରରେ ଖୁସିର ପରିବେଶ ସୃଷ୍ଟି ହେବ। ସ୍ୱାସ୍ଥ୍ୟରେ ଉନ୍ନତି, ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ। ପ୍ରେମ ସମ୍ପର୍କରେ ଆନନ୍ଦ, ବିବାହିତଙ୍କ ପାଇଁ ଖୁସିର ସମୟ ରହିବ। ଶିକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।

ସିଂହ-  କ୍ୟାରିୟରରେ ସୁଯୋଗ, ବଡ଼ମାନଙ୍କ ସହଯୋଗରେ କାମ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ଲାଭ, ନୂଆ ଯୋଜନା ସଫଳ ହେବ। ସ୍ୱାସ୍ଥ୍ୟ ସୁସ୍ଥ ରହିବ। ପରିବାରରେ ଆନନ୍ଦ ବଢ଼ିବ। ପ୍ରେମ ସମ୍ପର୍କରେ ଖୁସି ଆସିବ। ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଶିକ୍ଷାର ସୁଯୋଗ।

କନ୍ୟା- ଦିନଟି ସାଧାରଣରୁ ଭଲ ରହିବ। କାମରେ ପ୍ରଶଂସା ମିଳିବ। ବ୍ୟବସାୟରେ ଅଳ୍ପ ଲାଭ ହେଲେ ମଧ୍ୟ ଦୀର୍ଘମିୟାଦରେ ଭଲ ପରିଣାମ ଦେଖାଯିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ସାମାନ୍ୟ କିଛି ସମସ୍ୟା ହୋଇପାରେ।  ପ୍ରେମ ସମ୍ପର୍କରେ ସମନ୍ୱୟ ରହିବ। ଶିକ୍ଷାରେ ମଧ୍ୟମ ସଫଳତା ମିଳିବ।

ତୁଳା- ଦିନଟି ଉତ୍ସାହଦାୟକ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଗତି, ବ୍ୟବସାୟରେ ଲାଭ, ନୂଆ ସମ୍ପର୍କ ସୃଷ୍ଟି ହେବ। ସ୍ୱାସ୍ଥ୍ୟରେ ସୁଧାର, ପୁରୁଣା ସମସ୍ୟାରୁ ମୁକ୍ତି, ପରିବାରରେ ଖୁସି ସହ ନିଜର ସମ୍ମାନ ବଢ଼ିବ।

ବିଛା- ବ୍ୟବସାୟରେ କ୍ଷତି ହୋଇପାରେ, ସ୍ୱାସ୍ଥ୍ୟରେ ସମସ୍ୟା, ମାନସିକ ଚାପ ବଢ଼ିପାରେ। ପରିବାରରେ ବିବାଦ ହୋଇପାରେ। ପ୍ରେମ ସମ୍ପର୍କରେ ମନୋମାଳିନ୍ୟ ହୋଇପାରେ।

ଧନୁ- ଦିନଟି କଷ୍ଟଦାୟକ ରହିପାରେ। କାମରେ ବାଧା, ବ୍ୟବସାୟରେ କ୍ଷତି, ଅର୍ଥ ସମସ୍ୟା ଉପୁଜିପାରେ। ପେଟ ଓ ସ୍ନାୟୁଜନିତ କିଛି ସମସ୍ୟା ଯୋଗୁ ଚିନ୍ତାରେ ରହିପାରନ୍ତି। ପରିବାରରେ ମତଭେଦ ମନାନ୍ତର ବଢ଼ିପାରେ।

ମକର- କାର୍ଯ୍ୟକ୍ଷେତ୍ରରେ ଉନ୍ନତି, ବ୍ୟବସାୟରେ ଲାଭର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ, ନୂଆ କାର୍ଯ୍ୟରେ ଉତ୍ସାହ ରହିବ। ପରିବାରରେ ଖୁସି, ବଡ଼ମାନଙ୍କ ଆଶୀର୍ବାଦ ମିଳିବ। ପ୍ରେମ ସମ୍ପର୍କରେ ମଧୁରତା ଆସିବ। ଶିକ୍ଷାରେ ଅଗ୍ରଗତି ହେବ।

କୁମ୍ଭ- ଦିନରେ କାମରେ ସଫଳତା, ବ୍ୟବସାୟରେ ଲାଭ ମିଳିବ। ସ୍ୱାସ୍ଥ୍ୟରେ ଆରୋଗ୍ୟ, ମନୋବଳ ବଢ଼ିବ। ପାରିବାରିକ ସୁଖ, ସାମାଜିକ ସମ୍ମାନ ବଢ଼ିବ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ଛାତ୍ରଛାତ୍ରୀ ଶିକ୍ଷାରେ ପ୍ରଗତି ପାଇବେ।

ମୀନ- ଦିନରେ କାମରେ ବାଧା, ବ୍ୟବସାୟରେ କ୍ଷତି ସମ୍ଭବ। ପାଚନଜନିତ ସମସ୍ୟା ହୋଇପାରେ। ପରିବାରରେ ମନରେ କ୍ଲେଶ ତଥା ବାଦ-ବିବାଦ ସୃଷ୍ଟି ହୋଇପାରେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682