ଭଦ୍ରକ ୩୦/ ୦୧ : ରାଜ୍ୟ ସରକାରଙ୍କ ଓଡିଶା ଜୀବିକା ମିଶନ ତଥା ମିଶନ ଶକ୍ତି ଜରିଆରେ ଆରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ମହିଳା ମହାସଂଘ, ବ୍ଲକ ସ୍ଥରୀୟ ମହାସଂଘ, ପଂଚାୟତ ସ୍ଥରୀୟ ମହାସଂଘ, ଆଞ୍ଚଳିକ ମଞ୍ଚ। ଏହାର ପୁନଃ ଗଠନ ନିମନ୍ତେ ଗତ ଜାନୁଆରୀ ୨୨ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ହେବା ପରେ ଏବେ ଦେଖାଦେଇଛି ବିବାଦ । ବ୍ଲକ ସ୍ଥରୀୟ ବାଲଗୋପାଳ ମହାସଂଘର EC ସଦସ୍ୟାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେଥିରେ ଭଦ୍ରକ ବ୍ଲକ ୩୬ଟି ପଂଚାୟତରେ ଆଞ୍ଚଳିକ ମଞ୍ଚ ତଥା ଗ୍ରାମପଂଚାୟତ ସ୍ଥାରିୟ ମହାସଂଘର EC ସଦସ୍ୟାମାନେ ଉପସ୍ଥିତ ଥାଇ କିଛି ଦାବି ଉପସ୍ଥାପନ କାରିଥିଲେ ।
ପୂର୍ବସରକାରରେ BLF, DLF, GPLF ଜରିଆରେ ଋଣ ନେଇ ଏଯାବତ ଋଣମୁକ୍ତ ହୋଇନଥିବା ବେଳେ ସରକାର ଗଠନର ଆଠମାସ ବିତିଯାଇଥିଲେ ମଧ୍ୟ ସ୍ୱଳ୍ପ ପାରିଶ୍ରମିକରେ ନିଜର ଗୁଜୁରାଣ ମେଣ୍ଟାଉଥିବା EC ସଦସ୍ୟାମାନଙ୍କୁ ଏଯାବତ ପାରିଶ୍ରମିକ ମିଳିପାରି ନାହିଁ। ପୁଣି ସରକାରଙ୍କ ତପଫରୁ ମହାସଂଘ ମାନଙ୍କ ପୁନଃ ଗଠନ ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ଅଭିଯୋଗ ହୋଇଛି । କାରଣ ପାରିଶ୍ରମିକ ମିଳିନଥିବା ବେଳେ ଋଣ ମୁକ୍ତ ନହୋଇଥିବା EC ସଦସ୍ୟାଙ୍କୁ ପରିବର୍ତ୍ତନ ପାଇଁ ସରକାରୀ ଚିଠିକୁ ବିରୋଧ କରିଛନ୍ତି EC ସଦସ୍ୟା ମାନେ। ପୁନଃଗଠନ ବନ୍ଦ୍ କରାଯାଇ ସଦସ୍ୟା ମାନଙ୍କୁ ପାରିଶ୍ରମିକ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି EC ସଦସ୍ୟା ।