LIVE TV

Winter Session: ସରକାର ଆଣିବେ ୧୦ ନୂଆ ବିଲ୍, ପରମାଣୁ କ୍ଷେତ୍ରରେ ଘରୋଇ କମ୍ପାନି ପାଇଁ ଫିଟିବ ବାଟ

NEWS7
property-attach-of-3-offices-in-sambalpur

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେସନ ଡିସେମ୍ୱର ୧ରୁ ଆରମ୍ଭ ହେବ । ସରକାର ଚଳିତ ଥର ୧୦ ନୂଆ ବିଧେୟକ ଉପସ୍ଥାପନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ପରମାଣୁ ଉର୍ଜା ବିଧେୟକ ୨୦୨୫ । ଏହା ଦେଶର ପରମାଣୁ କ୍ଷେତ୍ରକୁ ଘରୋଇ କମ୍ପାନି ପାଇଁ ଖୋଲିବାର ରାସ୍ତା ପ୍ରଶସ୍ତ କରିବ । ଆଜି ପର୍ଯ୍ୟନ୍ତ ଏହି କ୍ଷେତ୍ର ସମ୍ପୂର୍ଣ୍ଣ ରୂପେ ସରକାରୀ ନିୟନ୍ତ୍ରଣରେ ରହିଛି । ସରକାରଙ୍କ କହିବା କଥା ଏହି ନୂଆ ଆଇନ ପରମାଣୁ ଉର୍ଜାର ବ୍ୟବହାର ଓ ପରିଚାଳନା ସହ ଜଡ଼ିତ ଢାଞ୍ଚାକୁ ଆଧୁନିକ ଓ ପ୍ରଭାବୀ କରାଇବ । ଏହା ଦ୍ୱାରା ଦେଶରେ ଉର୍ଜା ଉତ୍ପାଦନ ଓ ବୈଷୟିକ ବିକାଶକୁ ନୂଆ ଗତି ମିଳିବାର ଆଶା ରହିଛି ।

ଏଜେଣ୍ଡାରେ ହାୟର ଏଜୁକେସନ କମିଶନ ଅଫ୍ ଇଣ୍ଡିଆ ବିଲ୍ ବି ସାମିଲ ରହିଛି । ଲୋକସଭାର ବୁଲେଟିନ୍ ଅନୁସାରେ ଏହି ବିଲ୍ ଏପରି ଏକ ଆୟୋଗ ସ୍ଥାପନ କରିବ, ଯାହା ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଅଧିକ ସ୍ୱାୟତ୍ତତା ଦେବ । ଏହାସହ ସ୍ୱୟଂ ଶାସିତ ସଂସ୍ଥା ହେବାରେ ସହଯୋଗ କରିବ ଓ ମାନ୍ୟତାର ପ୍ରକ୍ରିୟାକୁ ପାରଦର୍ଶୀ ଓ ମଜଭୁତ କରିବ । ଏହି ପ୍ରସ୍ତାବ ଅନେକ ଦିନରୁ ସରକାରଙ୍କ ଯୋଜନାରେ ରହିଥିଲା ଓ ଏବେ ଏହାକୁ ଆଗକୁ ବଢାଯିବ ।

ସରକାର କିଛି ପୁରୁଣା ଆନକୁ ମଧ୍ୟ ସରଳ ଓ ଆଧୁନିକ କରିବା ଦିଗରେ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ସାମିଲ ରହିଛି ।

ନ୍ୟାସନାଲ୍ ହାଇୱେ (ସଂଶୋଧନ) ବିଲ୍- ରାଷ୍ଟ୍ରୀୟ ରାଜମାର୍ଗ ପାଇଁ ଭୂମି ଅଧିଗ୍ରହଣକୁ ଶୀଘ୍ର, ପାରଦର୍ଶୀ ଓ ସରଳ କରିବା ଲକ୍ଷ୍ୟ ।

କର୍ପୋରେଟ୍ ଲଜ୍ (ସଂଶୋଧନ) ବିଲ୍, ୨୦୨୫- କମ୍ପାନିଗୁଡ଼ିକୁ ଅଧିନିୟମ ୨୦୧୩ ଓ ଏଲଏଲପି ଆକ୍ଟ ୨୦୦୮ରେ ପରିବର୍ତ୍ତନ କରି ଇଜ୍ ଅଫ୍ ଡୁଇଙ୍ଗ ବିଜନେସକୁ ପ୍ରୋତ୍ସାହନ ଦେବ ।

ସିକ୍ୟୁରିଟିଜ୍ ମାର୍କେଟିଂ କୋଡ୍ (ଏସଏମସି) ବିଲ୍, ୨୦୨୫

କେନ୍ଦ୍ର ସରକାର ମଧ୍ୟସ୍ଥତା ଓ ସମାଧାନ ଅଧିନିୟମରେ ବି ପରିବର୍ତ୍ତନ କରିବା ପାଇଁ ବିଚାର କରୁଛନ୍ତି । ଅଧିକ ସ୍ପଷ୍ଟତା ପାଇଁ ଏକ ସମିତିକୁ ଏହାର ସମୀକ୍ଷା ଦାୟିତ୍ୱ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ତଥା ଧାରା ରେ ସଂଶୋଧନର ଆବଶ୍ୟକତାକୁ ଦେଖି ନୂଆ ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି ।