ଏବେ ନୂଆ ‘ସିମ୍’ ନେବା ପାଇଁ ଖାଲି ଆଧାରରେ ଚଳିବନି କାମ, ନୂଆ ଆଦେଶ ଜାରି କଲେ PMO

Published By : Prameya-News7 Bureau | January 16, 2025 IST

ନୂଆଦିଲ୍ଲୀ ୧୬।୧: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଟେଲିକମ ଡିପାର୍ଟମେଣ୍ଟକୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ସବୁ ନୂଆ ସିମ କାର୍ଡ କନେକ୍ସନ ଲାଗି ଆଧାର ବେସଡ୍ ବାୟୋମେଟ୍ରିକ ଭେରିଫିକେସନ ଜରୁରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉଦ୍ଦେଶ୍ୟ ନକଲୀ କାଗଜପତ୍ରରେ ପ୍ରାପ୍ତ କରାଯାଉଥିବା ମୋବାଇଲ କନେକ୍ସନର ତ୍ରୁଟିପୁର୍ଣ୍ଣ ବ୍ୟବହାର ରୋକିବା। ଏପରି ସିମ୍‌ ର ବ୍ୟବହାର ପ୍ରାୟତଃ ଠକେଇ ଓ ଅପରାଧିକ ଗତିବିଦ୍ଧି ନିମନ୍ତେ କରାଯାଉଛି। 

ପୂର୍ବ ଯୋଜନାରେ ନୂଆ ମୋବାଇଲ କନେକ୍ସ ପାଇବା ପାଇଁ ଲୋକେ ସରକାରୀ ଆଇଡି ଯେପରି ଭୋଟର ଆଇଡି ଓ ପାସପୋର୍ଟ ବ୍ୟବହାର କରିପାରୁଥିଲେ। ତେବେ ନୂଆ ନିୟମ ଅନୁସାରେ ଏବେ ନୂଆ ସିମକାର୍ଡକୁ ଆକ୍ଟିଭ କରିବା ପାଇଁ ଆଧାର ମାଧ୍ୟମରେ ବାୟୋମେଟ୍ରିକ ଭେରିଫିକେସନ ଜରୁରି। ଏଣୁ ଖୁଚୁରା ସିମ କାର୍ଡ ବିକ୍ରେତା ଏହି ପ୍ରକ୍ରିୟା ପାଳନ ବିନା ଏବେ ନୂଆ ସିମକାର୍ଡ ଜାରି କରିପାରିବେନି। 

ଏହି ନିଷ୍ପତ୍ତି ଟେଲିକମ ସେକ୍ଟରର ନିକଟରେ କରାଯାଇଥିବା ସମୀକ୍ଷା ବୈଠକ ପରେ ନିଆଯାଇଛି। ଏହି ବୈଠକରେ ଦେଶରେ ହେଉଥିବା ଅଧିକାଂଶ ଆର୍ଥିକ ଦୁର୍ନୀତିରେ ନକଲୀ କାଗଜପତ୍ରରେ ହାସଲ କରାଯାଇଥିବା ସିମକାର୍ଡର ଭୂମିକା ଥିବା ଜଣାପଡିଛି। ଯାଞ୍ଚରୁ ଏପରି ଉଦାହରଣ ମଧ୍ୟ ସାମ୍ନାକୁ ଆସିଛି ଯେ ଗୋଟିଏ ଡିଭାଇସରେ ଅନେକ ସିମକାର୍ଡ ଯୋଡି ହୋଇ ରହୁଛି। ଯାହା ଟେଲିକମ ନିୟମର ଖୋଲା ଉଲ୍ଲଂଘନ। ଏହା ଦ୍ୱାରା ସାଇବର ଅପରାଧକୁ ପ୍ରୋତ୍ସାହନ ମିଳୁଛି। 

ପିଏମଓ ଟେଲିକମ ଡିପାର୍ଟମେଣ୍ଟକୁ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସୀଙ୍କୁ ସହଯୋଗ କରିବା, ଅପରାଧିଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଦଣ୍ଡିତ କରିବା ପାଇଁ ଏଆଇ ଟୁଲର ଲାଭ ନେବାକୁ ପରାମର୍ଶ ଦେଇଛନ୍ତି।  ଏଣୁ ଏବେ ନକଲୀ କାଗଜପତ୍ର ବ୍ୟବହାର କରି ସିମ କାର୍ଡ ଜାରି କରୁଥିବା ଖୁଚୁରା ବିକ୍ରେତାଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ। ନୂଆ ସିମ କାର୍ଡ ପାଇବା ପାଇଁ ଆଧାର ବାୟୋମେଟ୍ରିକ ଭେରିଫିକେସନ ଏବେ ଏକ ନନ ନେଗୋସିଏବଲ ଆବଶ୍ୟକତା। ଯାହା ସିକ୍ୟୋର ଟେଲିକମ ଅପରେସନର ଏକ ଉାଦହାର ସୃଷ୍ଟି କରିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.