ମୁମ୍ୱାଇ ୦୯/୦୪: ଆଇପିଏଲ୍ ୨୦୨୫ । ଦୈନିକ ନୂଆ ନୂଆ ରେକର୍ଡ । କିଏ ଇତିହାସ କରୁଛି ତ ଆଉ କିଏ ଭାଙ୍ଗୁଛି । ବିଶେଷ କରି ଚମକୁଛନ୍ତି ଯୁବ ତାରକା । ମଙ୍ଗଳବାର CSK ବିପକ୍ଷ ମ୍ୟାଚ୍ରେ ଚମକିଥିଲେ ଜଣେ ଯୁବ ଖେଳାଳି । ରଛିତିଲେ ନୂଆ କୀର୍ତ୍ତିମାନ । ୩୯ ବଲର ହାସଲ କରିଥିଲେ ସେଞ୍ଚୁରୀ । ପ୍ରତି ବଲ୍ରେ ରନ୍ ବର୍ଷା । ଆଉ ମ୍ୟାଚ୍ ପରେ ପାଲଟିଗଲେ ସବୁରି ପ୍ରିୟର ପାତ୍ର । ତେବେ
ଆଇପିଏଲ୍ର ଚମକୁଥିବା ଏହି ତାରକଙ୍କ ଜୀବନି ଥିଲା ବେଶ୍ କଷ୍ଟସାଧ୍ୟ । ଏକଥା ଆମେ କହୁନୁ ବରଂ ଖୁଲାସା କରିଛନ୍ତି କୋଚ୍ ତଥା ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ସଞ୍ଜୀବ ଭରଦ୍ବାଜ । ଦିଲ୍ଲୀ ବାସିନ୍ଦା ୨୪ ବର୍ଷୀୟ ପ୍ରିୟାଂଶ ଆର୍ଯ୍ୟ । ବାପା ପେଶାରେ ଜଣେ ଶିକ୍ଷକ । ପିଲାଟି ବେଳୁ କ୍ରିକେଟ ପ୍ରତି ଥିଲା ଦୁର୍ବଳତା । ସେଥିପାଇଁ ସେ ୧୦ ବର୍ଷ ବୟସରୁ ଆରମ୍ଭ କରିଥିଲେ କ୍ରିକେଟ ଖେଳ । କୋଚ୍ ସଞ୍ଜୟ ଭାରଦ୍ବାଜଙ୍କଠୁ ତାଲିମ ନେଇଥିଲେ ପ୍ରିୟାଂଶ । ତେବେ ତାଙ୍କର ଟ୍ରେନିଂ ଥିଲା ବେଶ୍ କଷ୍ଟସାଧ୍ୟ ।
ଭୋପାଲଠୁ ୨୦କିଲୋମିଟର ଦୂର ଜଙ୍ଗଲରେ ଥିବା କ୍ରିକେଟ ଏକାଡେମୀରେ ପ୍ରାକ୍ଟିସ କରୁଥିଲେ ପ୍ରିୟାଂଶ । ଆଉ ତାଙ୍କ ଏହି କଷ୍ଟବସାଧ୍ୟ ବଳରେ ସେ ଆଜି ଉଦୀୟମାନ ପ୍ରତିଭା । ପ୍ରଥମେ ଦିଲ୍ଲୀ ପ୍ରିମିୟର ଲିଗରେ ୬ବଲରେ ମାରିଥିଲେ ୬ ଛକା । ୪୦ ବଲରେ ଶତକ ମାରିଥିଲେ । ହେଲେ କାଲି ସେ ଚେନ୍ନାଇ ବିପକ୍ଷରେ ଦମଦାର ଶତକ ହାସଲ କରିଛନ୍ତି । ଚଳିତ ଆଇପିଏଲରେ ଗୁଜରାଟ ବିପକ୍ଷରେ ଡେବ୍ୟୁ କରିଥିଲେ । ମେଗା ନୀଲାମିରେ ତାଙ୍କୁ ୩ କୋଟି ୮ ଲକ୍ଷ ଟଙ୍କାରେ କିଣିଥିଲା ପଞ୍ଜାବ କିଙ୍ଗସ୍ ।
ମଙ୍ଗଳବାର ଚେନ୍ନାଇ ସୁପରକିଙ୍ଗସ-ପଞ୍ଜାବ କିଙ୍ଗସର ଏକ ମ୍ୟାଚ ଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ପଞ୍ଜାବ । ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା ପଞ୍ଜାବ । ୫ମ ୱିକେଟ ପତନ ପରେ ମୈଦାନକୁ ଆସିଥିଲେ ପ୍ରିୟାଂଶ ଆର୍ଯ୍ୟ । ଆଉ ତାହା ପରେ ପଡ଼ିଆରେ ବର୍ଷିଥିଲା ଚୌକା ଚକା । ୩୯ ବଲରେ ବିସ୍ଫୋରକ ଶତକ ହାସଲ କରିଥିଲେ ପ୍ରିୟାଂଶ ।
୪୨ ବଲରେ ୧୦୩ରନର ଇନିଂସ ଖେଳିଥିଲେ । ସେଥିରେ ୭ ଚୌକା ଓ ୯ ଛକା ସାମିଲ ଥିଲା । ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ପଞ୍ଜାବର ଏହି ଷ୍ଟାର ପ୍ଲେୟାରଙ୍କୁ ନେଇ ଚର୍ଚ୍ଚା । ପ୍ରିୟାଂଶଙ୍କ ଶତକ ବଳରେ ପଞ୍ଜାବ କିଙ୍ଗସ୍ ବିଜୟଧାରାକୁ ଫେରିଛି ।