ନିଶାଙ୍କ ପାଇଁ ବଳିପଡ଼ିଗଲେ SDM ! ନିୟମ ଉଲ୍ଲଂଘନ କରି ହେଲେ ନିଲମ୍ବିତ

NEWS7
priyanka-chopra-signed-another-film

ନୂଆପଡ଼ା ୧୭।୦୧ : ନିଶାଙ୍କୁ ନଚେଇ ନିଲମ୍ବିତ । ଯାତ୍ରା ପେଣ୍ଡାଲରେ ଅଶ୍ଲୀଳ ଡ୍ୟାନ୍ସ କରି ଅଡୁଆରେ ଏସଡିଏମ୍ ତୁଳସୀ ଦାଶ ମରକାମ । ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଏସ୍ଡିଏମ୍ ତୁଳସୀ ଦାଶ ମରକାମ । କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଛନ୍ତି କମିଶନର ମହାଦେବ କାମ୍ବରେ ।

ଗରିଆବନ୍ଧ ଜିଲ୍ଲା ଉରମାଲ ଗାଁରେ ଅପେରା ନାଁରେ ଅଶ୍ଳୀଳ ନୃତ୍ୟ ହୋଇଥିଲା। ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ସହ ଅନ୍ୟ କିଛି ଆଇଟମ୍ ଗାର୍ଲ ଏଠାରେ ଅଶ୍ଳୀଳ ନୃତ୍ୟ କରିଥିଲେ। ଏହି ଘଟଣାରେ ଛତିଶଗଡ଼ ସରକାର କଠୋର ହୋଇଛନ୍ତି। ଏହି ଘଟଣାରେ ପୂର୍ବରୁ ୩ ଜଣ ପୋଲିସ କର୍ମଚାରୀ ନିଲମ୍ଵିତ ହୋଇଥିବା ବେଳେ ଆୟୋଜକ କଟିମିର ୧୪ ଜଣ ଗିରଫ ହୋଇଛନ୍ତି। ଏହା ସହ ସୁଚିତ୍ରା ଜେନା ନାମକ ଜଣେ ଡ୍ୟାନ୍ସରଙ୍କୁ ମଧ୍ୟ ଛତିଶଗଡ଼ ଦେବଭୋଗ ପୁଲିସ ଗିରଫ କରିଛି।

ସେପଟେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ଅଭିଯୋଗରେ ନିଶା ମହାରଣାଙ୍କ ନାମରେ ବଲାଙ୍ଗୀର ସଦର ଥାନାରେ ଏତଲା ରୁଜୁ ହୋଇଛି। ଏହି ମାମଲାରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ସେ ଆଗୁଆ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟିଠାରେ ଆୟୋଜିତ ଏକ ଅପେରା ମଞ୍ଚରେ ନିଶା ମହାରଣା ନୃତ୍ୟ ପ୍ରଦର୍ଶନ କରିଥିଲେ। ତେବେ ନୃତ୍ୟ ପ୍ରଦର୍ଶନ ଆଳରେ ସେ ଅଶ୍ଳୀଳତା ପ୍ରଦର୍ଶନ କରିବାରୁ ଦର୍ଶକମାନେ ଚେୟାର ଆଦି ଫୋପାଡ଼ାଫୋପଡ଼ି କରିଥିଲେ । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଥିଲା। ଏହାକୁ ନେଇ ବଲାଙ୍ଗୀର ସଦର ଥାନା ନିଜଆଡ଼ୁ ଏତଲା ରୁଜୁ କରିଥିଲା। ଇତିମଧ୍ୟରେ ଦୁଇ ଆୟୋଜକଙ୍କୁ ପୋଲିସ୍ ଗିରଫ କରିସାରିଥିଲାବେଳେ ନିଶା ମହରଣାକୁ ଗିରଫ ପାଇଁ ତନାଘନା ଚଳାଇଛି। ଏପରି ସ୍ଥଳେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ନିଶା ମହାରଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।