ଜିଲ୍ଲା ପ୍ରଶାସନରେ ଆକ୍ସନ, ସିଲ୍ ହେଲା ଘରୋଇ ହସ୍ପିଟାଲ

Published By : Prameya-News7 Bureau | April 09, 2025 IST

ଚଣ୍ଡିଖୋଲ ୦୯।୦୪ : ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟଣାରେ ଆକ୍ସନ । ସିଲ୍‌ ହେଲା ଘରୋଇ ହସ୍ପିଟାଲ । ଯାଜପୁର ଜିଲ୍ଲା ବଇରୀ ଥାନା ଛତିଆ ସ୍ଥିତ ଗୋପପୁର ଛକ ନିକଟରେ ଥିବା ରୋହିଣୀ ହସ୍ପିଟାଲକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । 

ଖବର ଅନୁଯାୟୀ, ଏହି ହସ୍ପିଟାଲରେ କିଛି ଦିନ ପୂର୍ବରୁ ଜଣେ ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ମହିଳାଙ୍କ ପରିବାର ଲୋକେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଦିନ ସଂପୃକ୍ତ ଘରୋଇ ହସ୍ପିଟାଲକୁ ସିଲ୍‌ କରାଯାଇଛି । ଯାଜପୁର ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ ବଡ଼ଚଣା ମେଡିକାଲ ଅଫିସର ପହଞ୍ଚି ଘରୋଇ ହସ୍ପିଟାଲକୁ ସିଲ୍‌ କରିଛନ୍ତି । ଏହାସହିତ ଘରୋଇ ହସ୍ପିଟାଲରେ ଥିବା ରୋଗୀମାନଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.