ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପୁଣି ଜଳିଗଲା ଘରୋଇ ବସ। ପଣସପଡି ବନ୍ଧ ନିକଟରେ କ୍ରୀଷ୍ଣା ନାମକ ଏହି ଘରୋଇ ବସଟି ଠିଆ ହୋଇଥିବା ଅବସ୍ଥାରେ ହୁତୁହୁତୁ ହୋଇ ଜଳିଯାଇଛି। ପଣସପୋଡି ବନ୍ଧ ନିକଟରେ ସବୁଦିନ ପରି ପାର୍କିଂ ଅବସ୍ଥାରେ ଥିବା ବେଳେ ବସଟିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।
ତେବେ କ୍ରୀଷ୍ଣା ବସଟି କିଛି ଦିନ ହେବ ଅଫ ରୋଡରେ ରହିଥିବା ଜଣାପଡିଛି। ବସଟି ରାସ୍ତାରେ ଗଡୁ ନଥିବାରୁ ପଣସପଡି ବନ୍ଧ ନିକଟରେ ଠିଆ ହୋଇ ରହୁଥିବା ଜଣାପଡିଛି। ତେବେ ଖବର ପାଇ ବାଲିଗୁଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛିl
ବାଲିଗୁଡା ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଗତ ଡ଼ିସେମ୍ବର ୨୧ ତାରିଖ ଦିନ ମଧ୍ୟ ଏହି କ୍ରୀଷ୍ଣା ବସ ମାଲିକଙ୍କ ଅନ୍ୟ ଏକ ବସ ମଧ୍ୟ ଥାନା ନିକଟରେ ଠିଆ ହୋଇଥିବା ବେଳେ ପୋଡି ଯାଇଥିଲା। ସେହି ବସଟି ମଧ୍ୟ ଅଫ ରୋଡ୍ରେ ରହିଥିଲା।