ମାଓ କ୍ୟାମ୍ପରୁ ମିଳିଲା ନକଲି ଟଙ୍କା ଛାପା ମେସିନ, ନୋଟ୍‌ ବି ଜବତ

Published By : Prameya-News7 Bureau | June 23, 2024 IST

ମାଲକାନଗିରି ୨୩।୦୬ : ସୁରକ୍ଷାକର୍ମୀଙ୍କୁ ସଫଳତା । ମାଓବାଦୀଙ୍କ କ୍ୟାମ୍ପରୁ ମିଳିଲା ନକଲି ଟଙ୍କା ଛାପା ମେସିନ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କୋରାଜଗୁଡ଼ା ଜଙ୍ଗଲରୁ ବହୁ ପରିମାଣର ନୋଟ ମଧ୍ୟ ଜବତ ହୋଇଛି । 

ଖବର ଅନୁଯାୟୀ, କୋରାଜଗୁଡ଼ା ଜଙ୍ଗଲରେ ସୁକୁମା ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା ସର୍ଚ୍ଚ ଅପରେସନ । ଏହି ସମୟରେ ହଠାତ୍‌ ଏକ ମାଓ କ୍ୟାମ୍ପକୁ ଠାବ କରିଥିଲେ ସୁରକ୍ଷାକର୍ମୀ । ପରେ ସର୍ଚ୍ଚ ଅପରେସନର ସୁକମା ପୋଲିସକୁ ଏକ ମାଓ କ୍ୟାମ୍ପରୁ ନକଲି ଟଙ୍କା ଛାପା ମେସିନ ମିଳିଛି ।ପ୍ରଥମ ଥର ପାଇଁ ମାଓବାଦୀଙ୍କ କ୍ୟାମ୍ପରୁ ମିଳିଛି ନକଲି  ଛାପା ମେସିନ ।  ଏହାସହ ୫୦୦, ୧୦୦, ୨୦୦, ୫୦ ଟଙ୍କିଆ ନକଲି ନୋଟର ନମୁନା ମଧ୍ୟ ମିଳିଛି । 

ସେପଟେ ସୁକମା ପୋଲିସର ତଥ୍ୟ ଅନୁସାରେ, ଯେଉଁ ମାଓବାଦୀମାନେ ଅର୍ଥ ଅଭାବରେ ପୀଡିତ ଥିଲେ । ସେମାନଙ୍କୁ ଏହି ନକଲି ନୋଟ ଦିଆଯାଉଥିଲା । ଯାହାଫଳରେ ସେମାନ ନିଜ କାମରେ ଲଗାଇବା ସହ ବଜାରରେ ପ୍ରବେଶ କରାଉଥିଲେ । ହେଲେ ଏବେ ଏହି ନକଲି ମେସିନ ଜବତ ହେବା ପରେ କିଛି କ୍ଷଣ ପାଇଁ ନକଲି ନୋଟ କାରବାରରେ ରୋକ ଲାଗିଛି ବୋଲି ଅନୁମାନ କରାଯାଉଛି । ସେହିପରି ଏହିପରି କେତେ ଆଉ ନକଲି ନୋଟ ଛାପା ମେସିନ ଅଛି । ସେନେଇ ତଦନ୍ତ ଜାରି ରଖିଛନ୍ତି ପୋଲିସ ଏବଂ ସୁରକ୍ଷାକର୍ମୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.