ଆସନ୍ତା ୨୯ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, ୩ ଜନସଭାକୁ କରିବେ ସମ୍ବୋଧନ

Published By : Prameya-News7 Bureau | May 26, 2024 IST

ଭୁବନେଶ୍ବର ୨୬।୫: ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ବାରିପଦା, ବାଲେଶ୍ବର, କେନ୍ଦ୍ରାପଡ଼ାରେ ଆୟୋଜିତ ଜନସଭାକୁ ସମ୍ବୋଧନ କରିବେ ।

୨୯ ତାରିଖରେ ପ୍ରଧାନମନ୍ତ୍ରୀ ଦିନିକିଆ ଓଡିଶା ଗସ୍ତରେ ଆସି ବାରିପଦା ଛଉ ପଡିଆରେ ମଧ୍ୟାହ୍ନ ୧୨ଟା ବେଳେ ବିଶାଳ ଜନ ସଭାରେ ଉଦବୋଧନ ଦେବେ । ପରେ ପରେ ବାଲେଶ୍ବରରେ ସଭା କରିବେ ପ୍ରଧାନମନ୍ତ୍ରୀ । ସେହିଦିନ ୩ଟା ୩୦ମିନିଟ୍‌ରେ କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି । ଏ ନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।

You Can Read :

ବାତ୍ୟା 'ରେମାଲ' ପାଇଁ ୬ ଟ୍ରେନ୍ ବାତିଲ, ଖଡଗପୁରରେ ଅଟକିବ ଦିଘା-ପୁରୀ ଏକ୍ସପ୍ରେସ୍


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.