ସରିଲା ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡି ଗଣତି, ମା’ଙ୍କ ମନ୍ଦିର ହୁଣ୍ଡିରୁ ମିଳିଲା ୧ କୋଟିରୁ ଅଧିକ ଟଙ୍କାର ନଗଦ

NEWS7
prime-minister-narendra-modi-remembered-the-journey-of-23-years

ରାୟଗଡ଼ା: ଶେଷ ହେଲା ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡି ଗଣତି। ଗଣତିରେ ମା’ଙ୍କ ମନ୍ଦିର ହୁଣ୍ଡିରୁ ସଂଗ୍ରହ ହୋଇଛି ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା, ୩୦ ଗ୍ରାମ ସୁନା, ୨ କେଜି ୧୫୦  ଗ୍ରାମ ରୁପା, ୨୩ଟି ବିଦେଶୀ ସହ ଅଚଳ ନୋଟ୍ ମଧ୍ୟ ମିଳିଛି। ତେବେ ସମସ୍ତ ଦାନକୁ ୟୁନିୟନ୍ ବ୍ୟାଙ୍କରେ ଜମା କରାଯାଇଛି।

ସୂଚନାଥାଉକି, ସୋମବାର ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ମନ୍ଦିରର ୯ଟି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ଗଣତିରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ମନ୍ଦିର କର୍ମଚାରୀଙ୍କ ସମେତ ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କର୍ମଚାରୀ ନିୟୋଜିତ ଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦାନ ହୁଣ୍ଡିର ଅର୍ଥ ଗଣତି କରାଯାଇଥିଲା।

ଏହା ପୂର୍ବରୁ ୨୦୨୫ ଜୁଲାଇ ୭ ତାରିଖରେ ହୁଣ୍ଡି ଖୋଲାଯାଇଥିଲା। ସେତେବେଳେ ହୁଣ୍ଡିରୁ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୁପା ସଂଗ୍ରହ ହୋଇଥିଲା। ଏହା ସହ ୧୨ଟି ବିଦେଶୀ ନୋଟ୍‌ ମଧ୍ୟ ବାହାରିଥିଲା।