ନୂଆଦିଲ୍ଲୀ ୨୩/୦୪: ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର । ଦୁଇ ଦୁନିଆ ସାଉଦି ଆରବ ଗସ୍ତର ଅଧାରୁ ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ । କିଛି ସମୟ ମଧ୍ୟରେ ପିଏମ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଛି ସୁରକ୍ଷା ସମ୍ବନ୍ଧୀୟ ବୈଠକ । ଆଗକୁ ସରକାର କେତେକ କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି । ମଙ୍ଗଳବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ସାଉଦି ଆରବ ପହଞ୍ଚିଥିଲେ ।
ସାଉଦି ଆରବର ଜେଦ୍ଦାରେ ଆୟୋଜିତ ସରକାରୀ ନୈଶ ଭୋଜିରେ ସାମିଲ ହେବା ସହ ମହମ୍ମଦ ବିନ ସଲମାନଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । ତେବେ ଜମ୍ମୁରେ ଏତେ ବଡ଼ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନିଜର ଗସ୍ତକୁ କାଣ୍ଟଛାଣ୍ଟ କରି ରାତାରାତି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆକ୍ରମଣରେ ସମ୍ପୃକ୍ତ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ । ସେମାନଙ୍କର ଘୃଣ୍ୟ କାର୍ଯ୍ୟସୂଚୀ କେବେ ସଫଳ ହେବ ନାହିଁ ।
PM Modi holds urgent briefing in Delhi after terror attack in Kashmir's Pahalgam
— ANI Digital (@ani_digital) April 23, 2025
Read @ANI Story | https://t.co/T17FWxUpDi#PahalgamTerroristAttack #PMModi #Delhi #UrgentBriefing pic.twitter.com/oSYFYrDKqX
ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମର ସଂକଳ୍ପ ଦୃଢ଼ ଏବଂ ଏହା ଆହୁରି ଦୃଢ଼ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ଜମ୍ମୁ ପହଲଗାମରେ ଆତଙ୍କୀ ହମଲା ପରେ ସୀମାରେ ହାଇ ଆର୍ଲଟ । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚାଲିଥିବା ବେଳେ ସେନାର ଯବାନ ମାନେ ପଇଁତରା ମାରୁଛନ୍ତି । ଆତଙ୍କୀଙ୍କୁ ଖୋଜି ସଫା କରିବାକୁ ସନ୍ଦିଗ୍ଧ ଅଂଚଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ । କେବଳ ଜମ୍ମୁ କାଶ୍ମୀର ନୁହେଁ ରାଜଧାନୀ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ସମେତ ଦେଶର ପ୍ରମୁଖ ସ୍ଥାନ ଗୁଡ଼ିକରେ ସୁରକ୍ଷାକୁ ନେଇ ହାଇଆର୍ଲଟ ଜାରି କରାଯାଇଛି ।
ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗରରେ ଏଲଜି ମନୋଜ ସିହ୍ନା , ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ସେପଟେ ଆଜି ଗୃହମନ୍ତ୍ରୀ ଆକ୍ରମଣ ଘଟିଥିବା ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିବେ ।
ଆତଙ୍କୀ ଆକ୍ରମଣରେ ମୋଟ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଏମାନଙ୍କ ମଧ୍ୟରେ ଦୁଇ ଜଣ ବିଦେଶୀ ନାଗରିକ ଓ ୩ଜଣ ସ୍ଥାନୀୟ ନାଗରିକ ଏବଂ ଜଣେ ଆଇବି ଅଧିକାରୀଙ୍କୁ ମଧ୍ୟ ଆତଙ୍କବାଦୀ ମାନେ ହତ୍ୟା କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ପହଲଗାମର ବେସରାନରେ ପ୍ରକୃତିକୁ ଉପଭୋଗ କରୁଥିବା ସମୟରେ ହଠାତ ପର୍ଯ୍ୟଟକଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ ଆତଙ୍କବାଦୀ ।