LIVE TV

ମାଲେସିଆରେ ଟ୍ରମ୍ପଙ୍କ ଅତରଙ୍ଗୀ ଡ୍ୟାନ୍ସ, ବିମାନରୁ ଓହ୍ଲାଇବା ନଜର ଆସିଲେ ଅନୋଖା ଅନ୍ଦାଜରେ

NEWS7
president-race-three-presidents-in-one-hour-in-this-country

କୁଆଲାଲମ୍ପୁର ୨୭/୧୦: ମାଲେସିଆରେ ଚାଲିଛି ASEAN ଶିଖର ସମ୍ମିଳନୀ । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ମାଲେସିଆରେ ପହଞ୍ଚିଥିଲେ। ମାଲେସିଆ ବିମାନବନ୍ଦରରେ ତାଙ୍କୁ ଧୁମଧାମରେ ​​ସ୍ୱାଗତ କରାଯାଇଥିଲା। ତେବେ ଏହି ଗ୍ରାଣ୍ଡ ଓ୍ୱେଲକମ୍ ବେଳେ ଟ୍ରମ୍ପ ବି ଦେଖାଇଥିଲେ ତାଙ୍କର ଜଲଓ୍ୱା । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ମାଲେସିଆ ସହିତ ବାଣିଜ୍ୟ, ସୁରକ୍ଷା ଏବଂ ପର୍ଯ୍ୟଟନ ସହଯୋଗକୁ ସୁଦୃଢ଼ ​​କରିବା।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରବିବାର ସକାଳେ ମାଲେସିଆ ଗସ୍ତରେ ଆସି ପହଞ୍ଚିଥିଲେ । ତାଙ୍କୁ ସ୍ୱାଗତ ପାଇଁ ରେଡ୍‌ କାର୍ପେଟ୍‌ ବିଛାଯାଇଥିଲା । କଳାକାରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ସମୟରେ ରେଡ୍‌ କାର୍ପେଟ୍‌ରେ ସ୍ଥାନୀୟ କଳାକାରଙ୍କ ସହ ନୃତ୍ୟ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ୍‌ । ଏହାଛଡ଼ା କୁଆଲାଲମ୍ପୁରରେ ଟ୍ରମ୍ପ୍‌ଙ୍କ ଉପସ୍ଥିତିରେ ଥାଇଲାଣ୍ଡ ଓ କମ୍ବୋଡିଆ ସାମରିକ ସଙ୍ଘର୍ଷ ଶେଷ କରିବା ଲାଗି ଶାନ୍ତି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

 

ଟ୍ରମ୍ପ୍‌ କହିଥିଲେ, ଯାହାକୁ ଲୋକେ ଅସମ୍ଭବ ଭାବୁଥିଲେ ମୁଁ ତାହାକୁ ସମ୍ଭବ କରି ଦେଖାଇଛି । ଥାଇଲାଣ୍ଡ ଓ କମ୍ବୋଡିଆ ମଧ୍ୟରେ ଏକ ମନ୍ଦିର ବିବାଦକୁ କେନ୍ଦ୍ରକରି ୫ ଦିନ ଧରି ଯୁଦ୍ଧ ହୋଇଥିଲା । ଏଥିରେ ୪୮ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ଶେଷ କରିବାରେ ଟ୍ରମ୍ପ୍‌ଙ୍କର ବଡ଼ ଭୂମିକା ରହିଥିଲା । ଟ୍ରମ୍ପ୍‌ କୁଆଲାଲମ୍ପୁରରେ ପହଞ୍ଚିବା ପରେ ତାଙ୍କୁ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱରଇବ୍ରାହିମ୍‌ ସ୍ୱାଗତ କରିଥିଲେ । ସେ ଆସିଆନ୍‌  ଶିଖର ସମ୍ମିଳନୀରେ ସାମିଲ ହେବାକୁ ମାଲେସିଆ ଆସିଛନ୍ତି । ଟ୍ରମ୍ପ୍‌ ୨୦୧୭ ପରେ ପ୍ରଥମ ଥର ପାଇଁ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଇବ୍ରାହିମ୍‌ଙ୍କ ସହ ସେ ଦ୍ୱିପାକ୍ଷିକ ବୈଠକ କରିବେ ।