ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାରରେ ୧୫ ନର୍ସଙ୍କୁ ସମ୍ମାନୀତ କଲେ ରାଷ୍ଟ୍ରପତି

Published By : Prameya-News7 Bureau | May 30, 2025 IST

ନୂଆଦିଲ୍ଲୀ ୩୦।୫ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଉତ୍ସବରେ ୨୦୨୫ ବର୍ଷ ନିମନ୍ତେ ୧୫ ଜଣ ନର୍ସଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାରରେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ପୁରସ୍କାରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଉତ୍କୃଷ୍ଟ ନର୍ସିଂ କର୍ମୀଙ୍କ ପ୍ରଶଂସନୀୟ ସେବାକୁ ମାନ୍ୟତା ଦେବା ପାଇଁ ଓ ସମ୍ମାନୀତ କରିବା ପାଇଁ ସ୍ଥାପନା କରାଯାଇଛି। ଏହି ପୁରସ୍କାର ପ୍ରାପ୍ତ କରିଥିବା ନର୍ସଙ୍କ ମଧ୍ୟରେ ଆଣ୍ଡାମାନେ ଓ ନିକୋବର ଦ୍ୱୀପପୁଞ୍ଜର ରେଖାରାଣୀ ସରକାର ଥିବା ବେଳେ ଆନ୍ଧ୍ରପ୍ରଦେଶରୁ ୱଲିୱତି ସୁଭାୱତି ଅଛନ୍ତି। 

ସେହିପରି ଦାଦର ଓ ନଗର ହାଭେଲୀ ଏବଂ ଡାମନ ଓ ଡ୍ୟୁରୁ  ନର୍ସ ସରୋଜ ଫକୀରଭାଇ ପଟେଲ, ଲକ୍ଷଦ୍ୱୀପରୁ ରଜିୟା ବେଗମ ପି ବି, ମହାରାଷ୍ଟ୍ରରୁ ସୁଜାତା ଅଶୋକ ବାଗୁଲ, ଆସାମରୁ ବିନାପାନୀ ଡେକା, ଅଋଣାଚଳ ପ୍ରଦେଶରୁ କିଜୁମ ସୋରା କାରଗା, ଦିଲ୍ଲୀ ରାମ ମନୋହର ଲୋହିୟା ହସ୍ପିଟାଲରୁ ନର୍ସ ଡିମ୍ପଲ ଆରୋରା, ଦିଲ୍ଲୀରୁ ମେଜର ଜେନେରାଲ ଶିନା ପି.ଡି, କର୍ଣ୍ଣାଟକରୁ ଡା. ବାନୁ ଏମ ଆର, ମଣିପୁରରୁ ଲିମାପୋକପମ ରଞ୍ଜିତା ଦେବୀ ଅଛନ୍ତି । 

ମିଜୋରାମରୁ ଭି.ଲାଲମଙ୍ଗଇ, ପୁଡୁଚେରୀରୁ ଏଲ.ଏସ.ମଣିମୋଝୀ, ତାମିଲନାଡୁରୁ ଏ.ମଗୟାରକରସି ଓ ପଶ୍ଚିମବଙ୍ଗରୁ ଡଲି ବିଶ୍ୱାସଙ୍କୁ ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା ଦେଶକୁ ସମର୍ପିତ ନର୍ସିଂ ପ୍ରଫେସଲନାଲଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାରରେ ସମ୍ବର୍ଦ୍ଧିତ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.