Live Live
LIVE

ସନ୍ଧ୍ୟାରେ ସଂଯୁକ୍ତାଙ୍କୁ ନେଇ ଘରକୁ ଆସିଲେ ବିଜୟ, କଣ ହେଲା କେଜାଣି ହାରିଦେଲେ ଜୀବନ...

NEWS7
preparations-for-pravasi-bharatiya-divas-celebrations-begin-today-10000-guests-to-attend--in-bhuabaneswar-

ଜଳେଶ୍ୱର ୧୦/୦୩: ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଶାଳୀ ଭିଣୋଇ । ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷୀଣପୂର୍ବ କେବିନର ଅନତି ଦୂରରେ ଘଟିଛି ଘଟଣା । ସୋମବାର ସନ୍ଧ୍ୟାରେ ବାଲେଶ୍ୱର ଆଡକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଆଗକୁ ଡେଇଁପଡିଲେ ।

ମୃତ ଭିଣୋଇ ହେଉଛନ୍ତି ଜଳେଶ୍ୱର ଥାନା ରାଜପୁର ଗ୍ରାମର ବିଜୟ ସାହୁ ଓ ବାଲିଆପାଳ ଥାନା ଅଂଚଳର ଶାଳୀ ସଂଯୁକ୍ତା ସାହୁ । ସେପଟେ ରେଳବାଇ ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଜପୁର ଗ୍ରାମରେ ।

ସୂଚନା ଥାଉକି, ରାଜପୁର ଗ୍ରାମର ବିଜୟ ସାହୁ ନାମକ ଯୁବକ, ବାଲିଆପାଳ ଥାନା ଅଂଚଳର ନିଜ ଶାଳୀ ସଂଯୁକ୍ତା ସାହୁଙ୍କୁ ନେଇ ଘରକୁ ଆସିଥିଲେ । ହେଲେ ସନ୍ଧ୍ୟା ସମୟରେ କୌଣସି କଥାକୁ କେନ୍ଦ୍ର କରି ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷୀଣ କେବିନ ଅନତି ଦୂରରେ ସନ୍ଧ୍ୟା ପାଖାପାଖି ୭ଟା ସମୟରେ ଜଳେଶ୍ୱର ଆଡୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ତେବେ ଟ୍ରେନ ଧକ୍କାରେ ଉଭୟ ଶାଳୀ ଭିଣୋଇଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତେଦହ ଜବତ କରି ତଦନ୍ତ ଜାରି ରଖିଛି।

also read..

ବସ୍‌ଷ୍ଟାଣ୍ଡ ସାମ୍ନାରେ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼, ପ୍ରବଳ ରକ୍ତସ୍ରାବ ପରେ ଚାଲିଗଲା ଜୀବନ