କୋରାପୁଟ: ଜିଲ୍ଲାସ୍ତରୀୟ ବିକାଶ ମେଳା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ବିକଶିତ ଓଡ଼ିଶା ଓ ବିକଶିତ ଜିଲ୍ଲା ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ ହେବ ବୋଲି ଜିଲାପାଳ ଭି କିର୍ତ୍ତୀ ୱାସନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆସନ୍ତା ୧୨ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପୁଲିସ ପଡିଆରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଯୋଜନାର ସଫଳତା ନେଇ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶନୀ କରାଯିବା ନେଇ ସୂଚନା ଦେଇଛନ୍ତି।
ଭଦ୍ରା ପାରମ୍ପରିକ ଖାଦ୍ୟ ମେଳା ସହ ପଲ୍ଲୀଶ୍ରୀ ମେଳା, ଖେଳ ପ୍ରେମୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ପର୍ଯ୍ୟଟନ ସ୍ଥଳରେ ବିକାଶ, ସ୍ୱଛ ଭାରତ କାର୍ଯ୍ୟକ୍ରମ , ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏଥିରେ ସାମିଲ କରାଯିବା ସହ ପ୍ରତିଦିନ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ।
Also read: ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ଅଭିନେତ୍ରୀଙ୍କ ଅଭିଯୋଗ ମାମଲା: ନାଣ୍ଡୁ କହିଲେ- ମୋ ପାଖରେ ସବୁ ପ୍ରମାଣ ଅଛି