୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ବିଜେପି ସରକାରର ରିପୋର୍ଟ କାର୍ଡ ଦେବେ

Published By : Prameya-News7 Bureau | June 16, 2025 IST

ଭୁବନେଶ୍ୱର ୧୬।୦୬ : ଆସନ୍ତା ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ବିଜେପି ସରକାରର ରିପୋର୍ଟ କାର୍ଡ ଦେବେ । ଆଉ ଜଣାଇବେ ରାଜ୍ୟ ସରକାରଙ୍କର ବର୍ଷକର ସଫଳତା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏକ ବର୍ଷର ସରକାରରେ ଅନେକ ଉପଲବ୍ଧ ରହିଛି । ଡବଲ ଇଞ୍ଜିନ ସରକାରଙ୍କ  ଏ ହେଉଛି ବର୍ଷ ପୂର୍ତ୍ତି । କାରଣ ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ହୋଇଥିବା ବେଳେ କେନ୍ଦ୍ର ସରକାର ୧୧ ବର୍ଷରେ ପାଦ ଥାପିଛନ୍ତି । ୧ ଆଉ ୧୧ ମିଶି ୧୧୧ ସ୍ପିଡ୍‌ରେ କାମ କରିବ ଡବଲ ଇଞ୍ଜିନ ସରକାର । ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଲୋକଙ୍କୁ ବିଜେପି ସରକାରର ଉପଲବ୍ଧି ବିଷୟରେ ରିପୋର୍ଟ କାର୍ଡ ଦେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.