ଜାଡ଼ରେ ଥରୁଛି ଓଡ଼ିଶା, ଆଉ ଦୁଇ ଦିନ ଲାଗି ରହିବ ଶୀତ ଲହରୀ

NEWS7
pravat-tripathy-press-meet-on-10th-april

ଭୁବନେଶ୍ୱର ୧୫/୦୧: ଜାଡ଼ରେ ଥରୁଛି ଓଡ଼ିଶା । କମିନି ଶୀତ, ଥଣ୍ଡାରେ ଥରୁଛି ସାରା ରାଜ୍ୟ । ଆଉ ଦୁଇ ଦିନ ଲାଗି ରହିବ ଶୀତ ଲହରୀ । ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ୩ ଦିନ ଯାଏ ୧୩ ଜିଲ୍ଲାରେ କୁହୁଡ଼ି ସମ୍ଭାବନା । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଶୁଷ୍କ ବାୟୁପ୍ରବାହ ବଢ଼ିଛି । ଏହା ଆହୁରି ଶକ୍ତିଶାଳୀ ହେଉଛି । ଏହା ପ୍ରଭାବରେ ୧୭  ତାରିଖ ଯାଏ ପୂରା ରାଜ୍ୟକୁ ଥରାଇବ ଶୀତ । କିନ୍ତୁ ପଶ୍ଚିମା ଝଡ଼ ପ୍ରଭାବରେ ୧୮ରୁ ପାଗ ମେଘୁଆ ରହିବ । ଏହା ତାପମାତ୍ରା ବଢ଼ାଇବା ସହ ଶୀତ କମିଯିବ ।

ପାଣିପାଗ ବିଶେଷଜ୍ଞ ଏଭଳି  ପୂର୍ବାନୁମାନ କରିଛନ୍ତି । ଗୁରୁବାର ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୫ ଡିଗ୍ରୀ ରହିପାରେ ବୋଲି  ପାଣିପାଗ ବିଭାଗ ଆକଳନ କରିଛି । ଫୁଲବାଣୀରେ ୬, ଅନୁଗୁଳ, କେନ୍ଦୁଝର  ଓ ସୁନ୍ଦରଗଡ଼ରେ ୭ ଡିଗ୍ରୀ ରହିପାରେ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ବା ଏହାଠାରୁ ସାମାନ୍ୟ ଅଧିକ ରହିପାରେ । ଶୁକ୍ରବାର ଆଭ୍ୟନ୍ତରୀଣ ଓ ଉପକୂଳ  ଓଡ଼ିଶାର ଅଧିକାଂଶ ସ୍ଥାନରେ ଭୀଷଣ  ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଖାଇଛି ।

ଦେଶର ମଧ୍ୟଭାଗରେ ଗୁରୁଚାପ ବଳୟ ସକ୍ରିୟ ଅଛି । ଏଥିପାଇଁ ଉତ୍ତର ଓ  ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ  ପ୍ରବାହ ବଢ଼ିଛି । ଜଳୀୟବାଷ୍ପର ପରିମାଣ ବି କମିଛି । ଏହାଫଳରେ ଶୀତର ପ୍ରକୋପ ବଢ଼ିପାରେ ବୋଲି ପାଣିପାଗ  ବିଶେଷଜ୍ଞ କହିଛନ୍ତି । ଜି ଉଦୟଗିରିରେ  ରାତି ତାପମାତ୍ରା ପୁଣି ଥରେ ୪ ଡିଗ୍ରୀ  ତଳକୁ ଖସିଛି ।

ଏହା ରାଜ୍ୟର ସବୁଠୁ  ଥଣ୍ଡା ସ୍ଥାନ ପାଲଟିଛି । ଝାରସୁଗୁଡ଼ାରେ  ରାତି ତାପମାତ୍ରା ସ୍ୱାଭାବିକଠାରୁ ୫.୭  ଡିଗ୍ରୀ ଖସିଯାଇଛି । ଏଠାରେ ପାରଦ  ୬.୪ ଡିଗ୍ରୀ ରହିଛି । ଅନୁଗୁଳରେ  ସ୍ୱାଭାବିକଠାରୁ ୫.୬ ଡିଗ୍ରୀ, କଟକରେ  ୩ ଡିଗ୍ରୀ, ଭୁବନେଶ୍ୱରରେ ୩.୧ ଡିଗ୍ରୀ  କମ୍‌ ରହିଥିଲା । ୭ ସହରରେ ପାରଦ  ୧୦ ଡିଗ୍ରୀ ତଳେ ଥିଲା