ଭୁବନେଶ୍ୱର ୧୩।୦୪ : ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଛି । ୩୩ ସାଂଗଠନିକ ଜିଲ୍ଲାରୁ ଆଜି ୧୬ ଜିଲ୍ଲା ସଭାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏହି ୧୬ ଜିଲ୍ଲାରେ ଜଣେ ଲେଖାଏଁ ଆଶାୟୀ ଜିଲ୍ଲା ସଭାପତି ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ତେଣୁ ସେମାନେ ନିର୍ଦ୍ୱନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ସନ୍ଧ୍ୟାରେ ନାଁ ଘୋଷଣା ହେବ । ଏହା ପରେ ଷ୍ଟେଟ କାଉନସିଲ ଓ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚନ ହେବ । ଯେଉଁଥିରେ ରାଜ୍ୟ ସଭାପତି ନିର୍ବାଚନ ହେବ । ଏହା ପରେ ଅନ୍ୟ ପଦ ପାଇଁ ନିର୍ବାଚନ ହେବା ସହ ବ୍ଲକ, ପୌର ସଭାପତି ନିର୍ବାଚନ ହେବ । ଯୁବ, ଛାତ୍ର ଓ ମହିଳା ସଭାପତି ନିର୍ବାଚନ ବି ରାଜ୍ୟ ସଭାପତିଙ୍କ ଅନୁମୋଦନରେ ହେବ ବୋଲି ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
‘ଚୌକି ଖୋଜିବା ସହଜ ନୁହେଁ, ସୁଯୋଗ ମିଳିଲେ ମାଡ଼ି ବସ’...
