ପୋଲିସ ପରିଚୟରେ ବ୍ଲାକ୍‌ମେଲିଂ, ଆଦାୟ କରୁଥିଲା ମୋଟା ଅଙ୍କର ଟଙ୍କା

NEWS7
prameya-news-7s-independence-day-reels-contest-mo-desh-mo-gourab

ପୁରୀ ୧୧।୨: ମହିଳା ମାନଙ୍କୁ ପୋଲିସ ଅଧିକାରୀ ପରିଚୟ ଦେଇ କରୁଥିଲା ବ୍ଲାକ୍‌ମେଲିଂ । ଏଥିସହ ମୋଟା ଅଙ୍କର ଟଙ୍କା ମଧ୍ୟ ଆଦାୟ କରୁଥିଲା । ଶେଷରେ ପୁରୀ ସାଇବର ଥାନା ହାତରେ ଧରା ପଡ଼ିଲା ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଜଣକ ହେଉଛି ବାଲେଶ୍ଵରର ମାନସ କୁମାର ଜେନା । ଅଭିଯୁକ୍ତ ମାନସ ଠାରୁ ପୋଲିସ ୫ଟି ମୋବାଇଲ ଫୋନ୍, ୩୪ଟି ସିମ୍ କାର୍ଡ ସହିତ ବିଭିନ୍ନ ବ୍ୟାଙ୍କର ପାସ୍ବୁକ୍ ଜବତ କରିଛି । ପୁରୀ ଏସ୍ପି ପ୍ରତୀକ ସିଂ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ମାନସ ନିଜକୁ ଜଣେ ପୋଲିସ ଅଧିକାରୀ ପରିଚୟ ଦେଇ ମହିଳା ମାନଙ୍କୁ ଫୋନ୍ କରି ଅଶ୍ଳୀଳ ଭିଡିଓ ଭାଇରାଲ୍ କରିଦେବ ବୋଲି ବ୍ଲାକ ମେଲ୍ କରିଆସୁଥିଲା । ଗତ ୨୦୨୩ ମସିହାରେ ସମ୍ପୃକ୍ତ ମହିଳା ଜଣକ ଘଟଣାକୁ ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ସମ୍ପୃକ୍ତ ମହିଳାଙ୍କୁ ୨ ଲକ୍ଷ ୭୦ ହଜାର ଟଙ୍କା ମାଗିଥିବା ବେଳେ ମହିଳା ଜଣକ ୧ ଲକ୍ଷ ୪୦ ହଜାର ଟଙ୍କା ଦେବା ପରେ ମଧ୍ୟ ଅଭିଯୁକ୍ତ ତାଙ୍କୁ ଆହୁରି ଟଙ୍କା ମାଗିଥିଲା । ତେବେ ପୁରୀ ସାଇବର ଥାନା ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ମାନସ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ବୋଲି ପୁରୀ ଏସ୍ପି ସୂଚନା ଦେଇଛନ୍ତି ।