ଧୁରନ୍ଧରର ଧୂଆଁଦାର ଆୟ:୨୧ ଦିନରେ ବି ଟିକେଟ ୱିଣ୍ଡୋରେ ପ୍ରବଳ ଭିଡ଼, ୧୦୦୦ କୋଟି ଟପିଲା ବକ୍ସ ଅଫିସ୍ କଲେକ୍ସନ

NEWS7
positivity-gem-and-positivity-leadership-award-to-soa-and-sammam

ନୂଆଦିଲ୍ଲୀDhurandhar box office collection, ବଡ଼ ପରଦାରେ କମାଲ କରୁଛି ଆଦିତ୍ୟ ଧରଙ୍କ ଧୁରନ୍ଧର। ବାଦ ବିବାଦ ସାଂଗକୁ ଲୋକ ମୁଖର ପ୍ରବଳ ଚର୍ଚ୍ଚା ସିନେମାକୁ ବକ୍ସ ଅଫିସ୍ରେ କିନ୍ତୁ ହଟ୍ କରାଉଛି। ଏହି ସିନେମାଟି ମୁକ୍ତିଲାଭ କରିବାର ୨୧ ଦିନ ଭିତରେ ବିଶ୍ୱବ୍ୟାପୀ ୧୦୦୦ କୋଟି ଟଙ୍କା ଆୟ କରିସାରିଲାଣି। ଯାହା ହିନ୍ଦୀ ସିନେମା ପାଇଁ ଏକ ମାଇଲଷ୍ଟୋନ। ରିଶବ ଶେଟ୍ଟୀଙ୍କ କାନ୍ତାରା ଚ୍ୟାପ୍ଟନର-୧କୁ ପଛରେ ପକାଇ ଏହି ସ୍ପାଏ-ଥ୍ରିଲର ସିନେମା ବର୍ଷର ସର୍ବାଧିକ ଆୟକାରୀ ଭାରତୀୟ ଚଳଚ୍ଚିତ୍ର ହୋଇଛି।

କାନ୍ତାରା ଚ୍ୟାପ୍ଟର-୧ ଚଳିତ ବର୍ଷ ବିଶ୍ୱବ୍ୟାପୀ ୮୫୦ କୋଟି ଟଙ୍କା ଆୟ କରିପାରିଥିଲା। ହେଲେ ରଣବୀର ସିଂହଙ୍କ ଅଭିନିତ ଧୁରନ୍ଧର କେବଳ ଭାରତରେ ୬୬୮.୮୦ କୋଟି ଟଙ୍କା ଆୟ କରିଥିବା ବେଳେ ବିଶ୍ୱବ୍ୟାପୀ ୧୦୦୬.୭ କୋଟି ଟଙ୍କା ଆୟ କରିଛି। ଏନେଇ ସିନେମା ଟିମ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି।

ରିଲିଜ୍ ହେବାର ୨୧ ଦିନ ପରେ ବି ସିନେମା ପ୍ରତି ଲୋକଙ୍କର କ୍ରେଜ୍ ରହିଛି। ତୃତୀୟ ସପ୍ତାହରେ ଟିକେଟ ୱିଣ୍ଡୋରେ ଦର୍ଶକଙ୍କ ଭିଡ଼ ରହୁଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରିଲିଜ୍ରେ ୨୧ ଦିନରେ ଦେଶରେ ଧୁରନ୍ଧର ନେଟ୍ ୨୬ କୋଟି ଟଙ୍କା ଆୟ କରିଛି। ଏହି ସିନେମା ରିଲିଜ୍ର ପ୍ରଥମ ଦିନରେ ୨୮.୬ କୋଟି ଟଙ୍କା ଆୟ କରିଥିଲା। ୨୧ ଦିନ ପରେ ବି ଏତେ ଆୟ କରିବା ସିନେ ସମୀକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଜିଓ ଷ୍ଟୁଡିଓ ଅନୁସାରେ, ଭାରତରେ ୨୧ ଦିନ ପରେ'ଧୁରନ୍ଧର'ର ବକ୍ସ ଅଫିସ କଲେକ୍ସନ ହେଲା-

ସପ୍ତାହ ୧: ୨୧୮.୦୦ କୋଟି ଟଙ୍କା
•ସପ୍ତାହ ୨: ୨୬୧.୫୦ କୋଟି ଟଙ୍କା
•ତୃତୀୟ ସପ୍ତାହନ୍ତ: ୯୯.୭୦ କୋଟି ଟଙ୍କା
•ଦିନ ୧୮ (ସୋମବାର): ୧୯.୭୦ କୋଟି ଟଙ୍କା
•ଦିନ ୧୯ (ମଙ୍ଗଳବାର): ୨୦.୪୦ କୋଟି ଟଙ୍କା
•ଦିନ ୨୦ (ବୁଧବାର): ୨୦.୯୦ କୋଟି ଟଙ୍କା
•ଦିନ ୨୧ (ଗୁରୁବାର): ୨୮.୬ କୋଟି ଟଙ୍କା
•ମୋଟ: ୬୬୮.୮୦ କୋଟି ଟଙ୍କା

ଧୁରନ୍ଧର ବଲିଉଡ୍ ପାଇଁ ୨୦୨୫ର ସର୍ବାଧିକ ଆୟକାରୀ ହିନ୍ଦୀ ସିନେମା ହୋଇଛି। ଛାଭା ପରେ ଏହା କେବଳ ଦ୍ୱିତୀୟ ହିନ୍ଦୀ ଫିଲ୍ମ ଯାହା ଏହି ବର୍ଷ କେବଳ ବକ୍ସ ଅଫିସରେ ରାଜତ୍ୱ କରିନାହିଁ ବରଂ ସାଧାରଣ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଭିକି କୌଶଲଙ୍କ ଅଭିନୀତ ଛାବା ଫିଲ୍ମ ୨୦୨୫ ର ଆରମ୍ଭରେ ରେକର୍ଡ ବ୍ରେକିଂ ଆୟ କରିବା ସହିତ ପ୍ରବଳ ଚର୍ଚ୍ଚିତ ହୋଇଥିଲା। ଏମିତିକି ଲୋକେ ସିନେମା ହଲ୍ରେ କାନ୍ଦି ପକାଇଥିଲେ। ତେବେ ବର୍ଷ ଶେଷରେ ରଣବୀରଙ୍କ ଏହି ସ୍ପାଏ-ଥ୍ରିଲର ସିନେମା ବଲିଉଡ୍ରେ ହ୍ୟାପି ଏଣ୍ଡିଂ କରିଛି। ହିନ୍ଦୀ ସିନେମାର ମାନ ଓ ଏହାର ଆୟକୁ ନେଇ ଯେଉଁ ଦୀର୍ଘଦିନ ହେଲା ଚର୍ଚ୍ଚା ଲାଗି ରହିଥିଲା, ଏହି ଦୁଇ ସିନେମା ଏଥିରେ ଯବନିକା ପକାଇଛନ୍ତି। ବଲିଉଡ୍ ପୁଣିଥରେ ଟ୍ରାକକୁ ଫେରିବ ବୋଲି ଆଶା ଉଦ୍ଜୀବିତ ହୋଇଛି।

\