ରେଡ୍‌ ଫ୍ଲାଗ ହେଲା ରାଜକନିକା ମାମଲା, SOP ଅନୁଯାୟୀ କାମ କରିବ ଟିମ୍‌

NEWS7
pope-francis-ill-hospitalized

ଭୁବନେଶ୍ୱର ୨୨।୦୨ : କେନ୍ଦ୍ରାପଡ଼ା ରାଜକନିକା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୋଲିସ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି । ଆଉ ଏବେ ଏହି ମାମଲାକୁ ରେଡ୍‌ ଫ୍ଲାଗ୍‌ ଅନ୍ତର୍ଭୁକ୍ତ କରିଛି ପୋଲିସ । କ୍ରାଇମ୍‌ବ୍ରାଞ୍ଚର ବରିଷ୍ଠ ଅଧିକାରୀଙ୍କ ତତ୍ୱାବଧାନରେ ପୁରା ଘଟଣାର ତଦନ୍ତ କରାଯିବ ।

ଏ ଖବର ବି ପଢନ୍ତୁ:- ସପ୍ତମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଖବର ଅନୁଯାୟୀ, ଦିନେ କି ମାସେ ନୁହେଁ ଗତ ୪ ବର୍ଷ ଧରି ଛାତ୍ରୀଙ୍କ ସହ ନିୟମିତ ଦୁଷ୍କର୍ମ କରି ଆସୁଥିଲେ ଅଭିଯୁକ୍ତମାନେ l ଭାଇକୁ ମାରିଦେବାର ଧମକ ଦେଇ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l କେନ୍ଦ୍ରାପଡା ଏସ୍ପି ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିଛନ୍ତି l ଯାହାର ନେତୃତ୍ବ ସେ ନିଜେ ନେଉଛନ୍ତି। ଟିମରେ ଅଛନ୍ତି ଜଣେ ମହିଳା ଡିଏସପି ଓ ଜଣେ ଆଡିସନାଲ ଏସପି। ଅନ୍ୟପକ୍ଷରେ ଛାତ୍ରୀଙ୍କ ପରିବାରକୁ ସୁରକ୍ଷା ଦେବାପାଇଁ ପୋଲିସ ବନ୍ଦୋବସ୍ତ କରିଛି । ପୀଡିତାଙ୍କୁ ତ୍ଵରିତ ଓ ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ପୋଲିସ ଉଦ୍ୟମ କରୁଥିବା କହିଛନ୍ତି ଏସ୍ପି । ସେହିପରି ଏହି ଘଟଣାକୁ ରେଡ୍‌ ଫ୍ଲାଗ୍‌ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି କ୍ରାଇମବ୍ରାଞ୍ଚ । ଯେଉଁଥିରେ ନାବାଳିକାଙ୍କ ବୟାନ ରେକର୍ଡ ସହିତ, ଅଡିଓ- ଭିଡ଼ିଓ ବି ରେକର୍ଡ କରିବ CAW I ଫିଜିକାଲ ଟେଷ୍ଟ, ମେଡିକାଲ ଟେଷ୍ଟ ସହ ସାଇଣ୍ଟିଫିକ୍‌ ତଦନ୍ତ କରାଯିବ । ମାମଲାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ଏହାକୁ ସ୍ୱତନ୍ତ୍ର ମାମଲା ହିସାବରେ ନିଆଯାଉଛି । ସେହିପରି ଆବଶ୍ୟକ ସ୍ଥଳେ ତଥ୍ୟ ଏବଂ ଡିଏନ୍‌ଏ ଟେଷ୍ଟ ମଧ୍ୟ କରାଯିବ ।  

ଏ ଖବର ବି ପଢନ୍ତୁ:- ଶିଶୁପାଳ ହେଲେ ବର, ନବ ବିବାହିତାକୁ ଧରି ଫେରାର୍ ମାରିଲା ପ୍ରେମିକ