ମୁମ୍ଵାଇ ୧୮।୦୪: ସାଉଥ୍ ହେଉ ବା ବଲିଉଡ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପୂଜା ହେଗଡେ । ସେ ନିଜର ଚମତ୍କାର ଅଭିନୟ ଦକ୍ଷତା, ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ଵ ସହିତ ପ୍ରଶଂସକଙ୍କ ହୃଦୟ ଜିତିବାର କୌଣସି ସୁଯୋଗ ଛାଡନ୍ତି ନାହିଁ । ୨୦୧୪ରେ ପୂଜା ହ୍ରିତିକ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର 'ମୋହେଞ୍ଜୋ ଦାରୋ' ସହିତ ବଲିଉଡରେ ଏଣ୍ଟ୍ରି କରିଥିଲେ । ୨୦୨୩ ମସିହାରେ ଏହି ଅଭିନେତ୍ରୀ ସଲମାନ ଖାନଙ୍କ ବିପକ୍ଷରେ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ'ରେ ନଜର ଆସିଥିଲେ।
ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ବିନୋଦ ମେହେରାଙ୍କ ପୁଅ ରୋହନ ମେହେରାଙ୍କୁ ଡେଟ କରୁଛନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି। କିଛି ଦିନ ପୂର୍ବରୁ ଅଭିନେତ୍ରୀ ଯେତେବେଳେ ରୋହନଙ୍କ ସହ ଏକାଠି ନଜର ଆସିଥିଲେ ସେତେବେଳେ ଡେଟିଂ ଗୁଜବ ଆରମ୍ଭ ହୋଇଥିଲା। ଏବେ ପୁଣି ଥରେ ରୁମର୍ଡ କପଲ ଅଭିନେତ୍ରୀଙ୍କ ପିତାମାତାଙ୍କ ସହିତ ଏକ ବ୍ରଞ୍ଚ୍ ଡେଟରେ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ପୂଜାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ପୂଜା -ରୋହନ ଦୁହେଁ ନଜର ଆସିଥିଲେ । ପୂଜା ପିଙ୍କ ଡ୍ରେସ୍ ପିନ୍ଧିଥିବା ବେଳେ ରୋହାନ ହ୍ଵାଇଟ ଡ୍ରେସ୍ରେ ଦେଖିବାକୁ ମିଳିଥିଲେ।
ଭିଡିଓରେ ପୂଜା ତାଙ୍କ ପିତାମାତାଙ୍କ ସହ ଏକ ରେଷ୍ଟୁରାଣ୍ଟ ବାହାରେ ଛିଡା ହୋଇ ପାପାରାଜିଙ୍କୁ ପୋଜ୍ ଦେଇଥିଲେ । ଏହାରି ମଧ୍ୟରେ ପୂଜାଙ୍କ ରୁମର୍ଡ ପ୍ରେମିକ ରୋହନ ମେହେର ମଧ୍ୟ ସେଠାରେ ଥିଲେ। ସେ ଅଭିନେତ୍ରୀ କିମ୍ବା ତାଙ୍କ ପିତାମାତାଙ୍କ ସହ ପୋଜ୍ କରିନଥିଲେ, କିନ୍ତୁ ସେଠାରେ ତାଙ୍କର ଉପସ୍ଥିତି ଡେଟିଂ ଗୁଜବକୁ ଆହୁରି ଜୋର କରିଛି ।