କଟକ: ଚଳିତ ବର୍ଷ ପାଇଁ ସିଏମସି କର୍ତ୍ତୃପକ୍ଷ ୧୨ ଶହ ୬୧ କୋଟି ଟଙ୍କାର ବୃହତ ବଜେଟ ପ୍ରସ୍ତୁତ କରିଛନ୍ତି। ଗତ ଆର୍ଥିକ ବର୍ଷରେ ସିଏମସି ବଜେଟ ସାଢେ ୬ ଶହ କୋଟି ଥିବା ବେଳେ ଚଳିତ ଥର ଏହା ୨ ଗୁଣା ବୃଦ୍ଧି ପାଇଛି।
ବଜେଟର ଏକ ସିଂହ ଭାଗ ଏମଏସଡବ୍ଲୁ ନର୍ଦ୍ଦମା ନିର୍ମାଣରେ ଖର୍ଚ୍ଚ ହେବ। ଏହା ବାଦ୍ ଜଳାଶୟ ପୁନଃରୁଦ୍ଧାର, ମଶା ନିୟନ୍ତ୍ରଣ, ବସ୍ତି ବାସିନ୍ଦାଙ୍କ ଥଇଥାନ, ସ୍ୱାସ୍ଥ୍ୟ ଓ ପରିମଳ, ନୂଆ ପାର୍କ ନିର୍ମାଣ ଏବଂ କଟକକୁ ସବୁଜ ସହରରେ ପରିଣତ କରିବା ଲାଗି ବ୍ୟାପକ ଅର୍ଥ ଖର୍ଚ୍ଚ କରାଯିବ ବୋଲି ମେୟର କହିଛନ୍ତି।
ସେପଟେ କିନ୍ତୁ କଂଗ୍ରେସ ଏବଂ ବିଜେପି କର୍ପୋରେଟରଙ୍କ ଅଭିଯୋଗ ହେଲା, ସିଏମସି କର୍ତ୍ତୃପକ୍ଷ ନିଜସ୍ୱ ଆୟ ବଢ଼ାଇ ପାରିଲେନାହିଁ ବରଂ ଋଣ କରି ଘିଅ ପିଇବା ନୀତି ଆପଣାଇଛନ୍ତି।