LIVE TV
LIVE TV

ଟିମ୍ ସିଲେକ୍ସନ ଉପରେ ପ୍ରଶ୍ନ ଉଠାଇଲେ ଅଶ୍ୱିନ୍ : ପଚାରିଲେ କାହିଁକି ପ୍ଲେଇଂ ୧୧ରେ ମିଳିଲାନି ଜାଗା ?

NEWS7
political-leaders-comment-criticize-each-other-during-poll

ନୂଆଦିଲ୍ଲୀ, ୦୨ /୧୨: ରାଞ୍ଚି ଦିନିକିଆରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତ । ବିରାଟ କୋହଲିଙ୍କ ଶତକ ଏବଂ ରୋହିତ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ପ୍ରଥମ ମୁକାବିଲାରେ ବାଜି ମାରି ନେଇଛି । ତେବେ ଦଳ ଜିତିଥିଲେ ବି ଟିମ୍ ସିଲେକ୍ସନ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ସ୍ପିନର ଆର ଅଶ୍ୱିନ୍ । ନୀତିଶ କୁମାର ରେଡ୍ଡିଙ୍କୁ କାହିଁକି ଚୂଡାନ୍ତ ଏକାଦଶରେ ଚୟନ କରାଗଲା ନାହିଁ ସେନେଇ ମ୍ୟାନେଜମେଣ୍ଟକୁ ସେ ପଚାରିଛନ୍ତି ।

ପ୍ରଥମ ଦିନିକିଆରେ ନୀତିଶ ଖେଳିବା ନେଇ ଅଧିକ ସମ୍ଭାବନା ଥିଲା । କାରଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ଦଳ ନୀତିଶଙ୍କୁ ନେଇ ପାରିଥାନ୍ତା । କିନ୍ତୁ ତାଙ୍କ ବେଞ୍ଚରେ ବସାଯାଇଥିଲା । ଯଦି ନୀତିଶଙ୍କୁ ଦଳରେ ନିଆଗଲା ନାହିଁ ତାହାଲେ ଏହା ସମ୍ପୂର୍ଣ୍ଣ ଭାବେ ଦଳ ଚୟନରେ ଥିବା ତ୍ରୁଟିକୁ ଦର୍ଶାଇଛି ବୋଲି ଅଶ୍ୱିନ କହିଛନ୍ତି ।

ଅଶ୍ୱିନ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ, ଭାରତ ଆକ୍ରମଣାତ୍ମକ ବ୍ୟାଟିଂ କରିଥାଏ । ଯାହା ଅନେକ ସମୟରେ ଦଳକୁ ପଜିଟିଭ୍ ରେଜଲ୍ଟ ଦେଇଛି । ରାଞ୍ଚିରେ ଏହା ଦେଖିବାକୁ ମିଳିଥିଲା । ଦଳର ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ସେ ରୋହିତ ଶର୍ମା ଏବଂ ପୂର୍ବତନ କୋଚ୍ ରାହୁଲ ଦ୍ରାବିଡଙ୍କୁ ଶ୍ରେୟ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ରୋହିତ ସଦାବେଳେ ପ୍ରଥମରୁ ବିପକ୍ଷ ଦଳ ଉପରେ ଚାପ ପକାଇଥାନ୍ତି । ଦିନିକିଆରେ ସେ ଟି୨୦ ଭଳି ଇନିଂସ ଖେଳିଥାନ୍ତି । ତାଙ୍କୁ ଦେଖି ଅନ୍ୟ ବ୍ୟାଟର ଅଧିକ ଷ୍ଟ୍ରାଇକ୍ ରେଟରେ ରନ୍ ସଂଗ୍ରହ କରିଥାନ୍ତି ।

ସୂଚନାଯୋଗ୍ୟ, ରୋହିତ ଏବଂ ଦ୍ରାବିଡଙ୍କ ସମୟରେ ଭାରତ ଦମଦାର ପ୍ରଦର୍ଶନ କରୁଥିଲା । ଦଳ ୨୦୨୩ ବିଶ୍ୱକପ୍ ଲିଗ୍ ମୁକାବିଲାରେ ନିଜର ଦମ୍ ଦେଖାଇଥିଲା । ସମସ୍ତ ଦଳକୁ ଚାପରେ ପକାଇଥିଲା ଟିମ୍ । ୨୦୨୪ରେ ମଧ୍ୟ ଟି୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିଲା ଭାରତ। ଯାହାର ପ୍ରଭାବ ଚାମ୍ପିଅନ୍ସ ଟ୍ରଫି ଉପରେ ପଡିଥିଲା । ରୋହିତ ଏବଂ ଦ୍ରାବିଡ ତିଆରି କରିଥିବା ଟିମ୍ ନୂଆ କୋଚ୍ ଗମ୍ଭୀରଙ୍କ ଅଧିନରେ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ହାତେଇଥିଲା ।