କଳାହାଣ୍ଡି ୨୮।୫: ରୂପ ସିଂ ମାଝୀ ନିଖୋଜ ଘଟଣାର ୧୧ ଦିନ ପରେ ପର୍ଦ୍ଦାଫାଶ କଲା ପୋଲିସ । ଗୁଣି ଗାରେଡ଼ି ସନ୍ଦେହରେ ଗାଁର ଲିଙ୍ଗ ମାଝୀ ତାଙ୍କୁ ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କଳମପୁର ଥାନା ଦେପୁର ଗାଁର ଆଁତରୁ ମାଝୀ ଗତ ୨୦ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ କଲମପୁର ଥାନାରେ ଏତଲା ଦିଆଯାଇଥିଲା l ଏତଲା ଆଧାରରେ ପୋଲିସ ବହୁ ଖୋଜା ଖୋଜି ପରେ ମଧ୍ୟ କୌଣସି ସୂଚନା ପାଇ ପାରିନଥିଲା । ଏହାକୁ ନେଇ ପରିବାର ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦେବା ସହ ସନ୍ଦେହ କରି ୩ ଜଣ ଯୁବକ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ l ପୋଲିସରେ ଅଭିଯୋଗ ହୋଇଥିବା ଯୁବକ ମାନଙ୍କୁ ଫୋଲ୍ ଟ୍ରେସ୍ କରି ଖୋଜିଥିଲା l ଜଣେ ଯୁବକଙ୍କୁ ହାଇଦ୍ରାବାଦରୁ ଗିରଫ କରି ପଚରାଉଚରା କରିଥିଲା l ଗିରଫ ହୋଇଥିବା ଯୁବକ ସେହି ଗାଁର ଲିଙ୍ଗ ମାଝୀ ବୃଦ୍ଧ ଆତରୁଙ୍କୁ ଗୁଣିଗାରେଡି ସନ୍ଦେହରେ ନିଜେ ହତ୍ୟା କରିଥିବା ସ୍ୱୀକାର କରିଥିଲା । ବୁଧବାର ହତ୍ୟାକାରୀ ଯୁବକଙ୍କୁ ଆଣି ସିନ୍ରିକ୍ରିଏସନ କରିଛି l ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ମାରି ପୋଖରୀରେ ମୃତଦେହକୁ ଲୁଚେଇ ଥିବା ଜଣାପଡିଥିଲା । ଜୁନାଗଡ଼, ଜୟପାଟଣା ଏବଂ କଲମପୁର ପୋଲିସ ବଲାଙ୍ଗିର ଓଡ୍ରାଫ ଟିମ୍ ସାହାଯ୍ୟରେ ପୋଖରୀର ଭିତରୁ ବୃଦ୍ଧଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ ହୋଇଥିବା ବେଳେ ମୁଣ୍ଡକୁ ଖୋଜା ଚାଲିଛି l ଗୁଣି ଗାରେଡି ସନ୍ଦେହରେ ଯୁବକ ଲିଙ୍ଗ ମାଝୀ ବୃଦ୍ଧ ରୂପ ସିଂ ମାଝୀଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି l
You Can Read:
ସାମାନ୍ୟ ବର୍ଷାରେ ବୁଡ଼ିଲା ପୋଲ, ୨ ଫୁଟ ଉଚ୍ଚର ପାଣି ପ୍ରବାହିତ