ଲାଞ୍ଚ ନେଇ ଧରାପଡ଼ିଲେ ଥାନା ଏସଆଇ, ଏଫଆଇଆର ରଖିବାକୁ ନେଉଥିଲେ ୪ ହଜାର ଟଙ୍କା

Published By : Prameya-News7 Bureau | April 15, 2025 IST

BREAKING NEWS

ନୟାଗଡ଼: ଲାଞ୍ଚ ନେଇ ଧରାପଡ଼ିଲେ ଏସଆଇ। ଏଫଆଇଆର ରଖିବାକୁ ଜଣେ ମହିଳାଙ୍କ ଠାରୁ ଟଙ୍କା ନେଉଥିବାବେଳେ ଧରିଲା ଭିଜିଲାନ୍ସ। ଗିରଫ ଏସଆଇ ଜଣକ ହେଉଛନ୍ତି ନୟାଗଡ଼ ଶରଣକୂଳ ଥାନା ଏସଆଇ ରାଜେଶ ଶ୍ରୀଚନ୍ଦନ। 

ସୂଚନା ଅନୁଯାୟୀ, ମୋନାଲିସା ଦାସ ନାମକ ଜଣେ ମହିଳା ଥାନାରେ ଏଫଆଇର ଦେବାକୁ ଆସିଥିଲେ। ମାତ୍ର ଏଫଆଇଆର ରଖିବାକୁ ଟଙ୍କା ମାଗିଥିଲେ ଏସଆଇ ଜଣକ। ଏମିତିକି ଟଙ୍କା ନଦେଲେ ଏଫଆଇଆର ରଖିବେନି ବୋଲି ମଧ୍ୟ କହିଥିଲେ। 

ତେବେ ଶେଷରେ ମହିଳା ଜଣକ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଆଉ ଭିଜିଲାନ୍ସ ଏସଆଇଙ୍କୁ କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି। ସେପଟେ ଭିଜିଲାନ୍ସ ଟିମ୍ ଗଠନ କରି ଶ୍ରୀଚନ୍ଦନଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ରେଡ୍‌ରେ ଭୁବନେଶ୍ବର ଓ ନୟାଗଡ ଭିଜିଲାନ୍ସ ଟିମ୍ ସାମିଲ୍ ଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.