ସାଇ- ନାଣ୍ଡୁ ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ମଞ୍ଚ ଚଢ଼ିଲେ ସାଇ

NEWS7
police-raid-in-khoprdha

ଭୁବନେଶ୍ବର: ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ତୁଟିଲା ସାଇ- ନାଣ୍ଡୁ କଳି। ପୁଣି ଏକାଠି ହେଲେ ଯାତ୍ରା କଳାକାର ସାଇ ସତ୍ୟଜିତ ପଣ୍ଡା ଓ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ। ବୁଧବାର ଏକ ଘରୋଇ ହୋଟେଲରେ ଏନେଇ ଆଲୋଚନା ପରେ ଉଭୟଙ୍କ ମଧ୍ୟରେ ସମାଧାନ ହୋଇଥିବା ଜଣାପଡ଼ିଛି। ଏହି ଆଲୋଚନାରେ ସାଇଙ୍କ ବାପା ଓ ମାଆ ମଧ୍ୟ ଉପସ୍ଥିତ ଥିଲେ। ତେବେ ମାମଲାର ସମାଧାନ ପରେ ଏବେ ସାଇ ମଞ୍ଚକୁ ଚଢ଼ିବା ନେଇ କୁହାଯାଇଛି।

ସୂଚନାଥାଉକି,  ଖଣ୍ଡଗିରିରେ ଯାତ୍ରା ସମୟରେ ନାଣ୍ଡୁବାବୁ ଏବଂ ଯାତ୍ରା ଅଭିନେତା ସାଇଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଖଣ୍ଡଗିରି ଯାତ୍ରାରେ ନାଟକ ପରିବେଷଣ ସମୟରେ ତୁଳସୀ ଗଣନାଟ୍ୟର ଅଭିନେତା ସାଇ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ସମୟ ଗଡ଼ିବା ସହ ଘଟଣାରେ ଆସିଥିଲା ନୂଆ ଟ୍ୱିଷ୍ଟ। ଅଭିନେତା ସାଇଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅ ଜୀବନ ପ୍ରତି ବିପଦ ରହିଛି। ଏହା ସହ ସାଇ ଆଉ ମଞ୍ଚକୁ ଚଢ଼ିନଥିଲେ। ଏମିତିକି ସାଇଙ୍କ ସହ ଅଭିନେତ୍ରୀ ପାୟଲ ମଧ୍ୟ ଅଭିନୟ କରିନଥିଲେ । ଯାହା ଯାତ୍ରା ପ୍ରେମୀଙ୍କୁ ନିରାଶ କରିଥିଲା।

ଅନ୍ୟପଟେ ଅଭିନେତା ସାଇଙ୍କ ଅସୁସ୍ଥତା ଏବଂ ପରିବାର ଲୋକଙ୍କ ଅଭିଯୋଗ ପରେ ମୁହଁ ଖୋଲିଥିଲେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ । ନାଣ୍ଡୁ ବାବୁ କହିଥିଲେ ଟଙ୍କା ନେଇଛନ୍ତି ମାନେ ଯାତ୍ରାରେ ଅଭିନୟ କରିବାକୁ ଅଭିନେତା ସାଇ ବାଧ୍ୟ । ନହେଲେ ସେମାନଙ୍କ ବିରୋଧରେ କେସ୍ କରାଯିବ। ବାକି ଟଙ୍କା ସହ କ୍ଷତିପୂରଣ ଦେବାକୁ ସେ ବାଧ୍ୟ ହେବେ ।

ନାଣ୍ଡ ଆହୁରି କହିଥିଲେ, ୫ବର୍ଷ ପାଇଁ ଏଗ୍ରିମେଣ୍ଟ କରି ବେଇମାନି କରିବାକୁ ଚେଷ୍ଟା କରୁଛନ୍ତି ସାଇ। ଅଧିକ ଟଙ୍କା ଲୋଭରେ ମୋ ନାଁରେ ମିଛ ଅଭିଯୋଗ କରି ଅନ୍ୟ ପାର୍ଟିକୁ ଯିବାକୁ ଚାହୁଁଛି । ଦେହ ଖରାପର ମିଛ ଡ୍ରାମା କରୁଛି । ମୋ ପାର୍ଟିର ଯାହା କ୍ଷତି ହେବ ସେଥି ପାଇଁ ସାଇ ଦାୟୀ ରହିବ ବୋଲି ନାଣ୍ଡୁ ବାବୁ କହିଥିଲେ।