ଛୁଟିରେ ଘରକୁ ଫେରୁଥିଲେ, ଅଧାରାସ୍ତାରେ ଚାଲିଗଲା ୩ ଯବାନଙ୍କ ଜୀବନ

NEWS7
police-investigation-tripal-murder-case

ଝାରସୁଗୁଡ଼ା ୧୪।୦୨: ମର୍ମନ୍ତୁଦ ଦୁର୍ଘଟଣା । ଛୁଟିରେ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଯବାନଙ୍କ ଜୀବନ । ବାକି ଅନ୍ୟ ଜଣେ ଯବାନ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏ ଖବର ବି ପଢନ୍ତୁ:- ଭୁବନେଶ୍ୱର ଦୁର୍ଘଟଣାର ଦୃଶ୍ୟ, ଅଟୋକୁ ଧକ୍କା ଦେଇଥିଲା ଟ୍ରାଭେଲର୍‌..

ଖବର ଅନୁଯାୟୀ, ସିଆରପିଏଫର 201 COBRA କୋବ୍ରା ବାଟାଲିୟନର ୪ ଜଣ ଯବାନଙ୍କୁ ନେଇ ଯାଉଥିଲା ଏକ ଗାଡ଼ି । ଛତିଶଗଡ ଧମତରୀ ନିକଟରେ ଏକ ଘରୋଇ ଟ୍ରକ୍ ସହିତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାଫଳରେ ଗାଡ଼ିରେ ଥିବା ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଏହାପରେ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଗୁରୁତର ଯବାନଙ୍କ ଚିକିତ୍ସା ଜାରି ରହିଛି ।

ଏ ଖବର ବି ପଢନ୍ତୁ:- ଚାକିରି ନାଁରେ ଠକିଥିଲା ୨୨ଲକ୍ଷ, କେନ୍ଦୁଝରର ମହିଳାକୁ ଗିରଫ କଲା ଖଣ୍ଡଗିରି ପୋଲିସ

ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଯବାନ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିନାହିଁ ।

ଏ ଖବର ବି ପଢନ୍ତୁ:- ନିଖିଲ ଗୁପ୍ତାଙ୍କୁ ଆମେରିକାରେ ୨୪ ବର୍ଷ ଜେଲଦଣ୍ଡ, ଆତଙ୍କୀ ପନ୍ନୁକୁ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ